ETV Bharat / bharat

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ

author img

By

Published : Mar 28, 2022, 7:40 PM IST

Updated : Mar 28, 2022, 7:51 PM IST

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ । ଚାରିଆଡୁ ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ
ପଦ୍ମ ଭୂଷଣରେ ସମ୍ମାନିତ ହେଲେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ

ନୂଆଦିଲ୍ଲୀ: ପଦ୍ମଭୂଷଣରେ ସମ୍ମାନିତ ହେଲେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ଡକ୍ଟର ପ୍ରତିଭା ରାୟ । ସେ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ବର୍ଷ ୨୦୨୧ ପାଇଁ ସାହିତ୍ୟ ବର୍ଗରେ ପଦ୍ମ ଭୂଷଣ ପାଇଁ ମନୋନିତ ହୋଇଥିଲେ ପ୍ରତିଭା ।

  • ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ, ବିଶିଷ୍ଟ ଓଡିଆ ଲେଖକ ଡକ୍ଟର ପ୍ରତୀଭା ରାୟ, ପଦ୍ମଭୂଷଣ ସମ୍ମାନ ରେ ସମ୍ମାନିତ ହେବା ଗୌରବର ବିଷୟ । ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l#PadmaAwards2022 pic.twitter.com/FtOoKfyi8x

    — Ashwini Vaishnaw (@AshwiniVaishnaw) March 28, 2022 " class="align-text-top noRightClick twitterSection" data=" ">

ଆଜି ସେ ସମ୍ମାନିତ ହେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରି ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ସାରସ୍ବତ ସାହିତ୍ୟ ସାଧନା ଓ ଅନେକ ଚର୍ଚ୍ଚିତ ଲେଖା ପାଇଁ ପୂର୍ବରୁ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାରର ଅଧିକାରିଣୀ ହୋଇସାରିଛନ୍ତି ପ୍ରତିଭା । ତାଙ୍କ ଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ ଯାଜ୍ଞସେନୀ ଜାତୀୟ ସ୍ତରରେ ତାଙ୍କୁ ପରିଚୟ ପ୍ରଦାନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.