ETV Bharat / bharat

ୟୁକ୍ରେନ ଆକାଶମାର୍ଗ ବନ୍ଦ, ହଙ୍ଗେରୀ ଦେଇ ଭାରତୀୟଙ୍କୁ କରାଯାଉଛି ପ୍ରତ୍ୟାବର୍ତ୍ତନ

author img

By

Published : Feb 24, 2022, 10:50 PM IST

ହଙ୍ଗେରୀରୁ ଭାରତୀୟଙ୍କୁ କରାଯାଉଛି ସ୍ଥାନାନ୍ତର । ଦୂତାବାସ ପକ୍ଷରୁ କରାଗଲା ବ୍ୟବସ୍ଥା । କିଭରେ ଆଶ୍ରୟସ୍ଥଳୀରେ ୨ଶହ ଭାରତୀୟ ଛାତ୍ରଙ୍କୁ ଥଇଥାନ କରିଥିବା ଦୂତାବାସ ଦେଲା ସୂଚନା । ଶ୍ରୀଙ୍ଗଲା କହିଲେ ସମସ୍ତଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା । ଅଧିକ ପଢନ୍ତୁ

ୟୁକ୍ରେନ ଆକାଶମାର୍ଗ ବନ୍ଦ, ହଙ୍ଗେରୀ ଦେଇ ଭାରତୀୟଙ୍କୁ କରାଯାଉଛି ପ୍ରତ୍ୟାବର୍ତ୍ତନ
ୟୁକ୍ରେନ ଆକାଶମାର୍ଗ ବନ୍ଦ, ହଙ୍ଗେରୀ ଦେଇ ଭାରତୀୟଙ୍କୁ କରାଯାଉଛି ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୟୁକ୍ରେନ ନିଜର ଆକାଶ ସୀମା ବନ୍ଦ କରିଛି । ତେଣୁ ହଙ୍ଗେରୀ ଦେଇ ଭାରତୀୟଙ୍କ ସୁରକ୍ଷା ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ହେବାରେ ଲାଗିଛି । ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ଆଜି (ଗୁରୁବାର) କହିଛି ଯେ ୟୁକ୍ରେନରୁ ଭାରତୀୟଙ୍କ ପ୍ରସ୍ଥାନକୁ ସୁଗମ କରିବା ପାଇଁ ଏହା ଏକ ଟିମ ପଠାଇଛି ।

  • Embassy of India in Ukraine accommodates more than 200 Indian students at school near the Embassy in Kyiv

    (Source: Embassy of India in Kyiv, Ukraine) pic.twitter.com/5aTjObCvN7

    — ANI (@ANI) February 24, 2022 " class="align-text-top noRightClick twitterSection" data=" ">

ହଙ୍ଗେରୀରେ ଥିବା ଭାରତର ଦୂତାବାସର ଟିମ ଜୋହାନି ସୀମାନ୍ତକୁ ପଠାଯାଇଛି ଏବଂ ୟୁକ୍ରେନରୁ ଭାରତୀୟଙ୍କ ବାହାରକୁ ଯିବାରେ ସହାୟତା ଯୋଗାଇ ଦିଆଯାଉଛି । ଭାରତୀୟ ଦୂତାବାସରେ ଏହି ମିଶନ ହଙ୍ଗେରୀ ସରକାରଙ୍କ ସହ ମିଶି କାର୍ଯ୍ୟ କରାଯାଉଥିବା ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

  • Ukraine capital Kyiv declares curfew-mayor, reports new agency AFP

ଏହାସହ ଦୂତାବାସ ପକ୍ଷରୁ ଏହା କହିଛି ଯେ ଭାରତ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଉଛି । ୟୁକ୍ରେନର ରାଜଧାନୀରେ ଥିବା ଦୂତାବାସ ଏବଂ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଉଛି ।ଅନ୍ୟପଟେ ୟୁକ୍ରେନର ବିଭିନ୍ନ ସ୍ଥାନରୁ ଭାରତୀୟ ଛାତ୍ରଙ୍କୁ ଆଣି ଏକ ସୁରକ୍ଷିତ କେନ୍ଦ୍ରରେ ଥଇଥାନ କରିଛି ଭାରତୀୟ ଦୂତାବାସ କର୍ତ୍ତୃପକ୍ଷ । ଏକ ଆଶ୍ରୟ କେନ୍ଦ୍ରରେ ପ୍ରାୟ ୨ ଶହ ଭାରତୀୟ ଛାତ୍ର ସୁରକ୍ଷିତ ଥିବା ଓ ସେମାନଙ୍କ ସହ ଦୂତାବାସର ବରିଷ୍ଠ ଅଧିକାରୀ ଆଲୋଚନା କରୁଥିବାର ଏକ ଭିଡିଓ ମଧ୍ୟ ଦୂତାବାସ ପକ୍ଷର ଟ୍ବିଟ କରାଯାଇଛି ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ସୋମବାର ୟୁକ୍ରେନର ବିଦ୍ରୋହ ଅଞ୍ଚଳ ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ସହ ସୈନ୍ୟ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସକଳୁ ବିଭିନ୍ନ ସହରରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଋଷ ସେନା । ସୋଭିଏତ୍ ୟୁନିଅନର ବିଚ୍ଛିନ୍ନତା ପରେ 1991ରେ ୟୁକ୍ରେନ ସ୍ବାଧୀନତା ହାସଲ କରିଥିଲା । ସେବେ ଠାରୁ ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବ୍ରିଟେନ, ଆମେରିକା, କାନାଡା ଏବଂ ୟୁରୋପୀୟ ୟୁନିଅନ ସମେତ ଅନେକ ଦେଶ ଋଷର ସାମରିକ କାର୍ଯ୍ୟକୁ ନିନ୍ଦା କରିଥିବା ବେଳେ ଋଷ ସମସ୍ତଙ୍କୁ ଘଟଣାରୁ ଦୂରେଇ ରହିବା ନେଇ ଚେତାବନୀ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.