ETV Bharat / bharat

Elvish Yadav Case: ଏଲଭିଶ ଓ ସାପୁଆ କେଳାଙ୍କ ସାମ୍ନାସାମ୍ନି ହେବନି ପଚରାଉଚରା

author img

By ETV Bharat Odisha Team

Published : Nov 11, 2023, 9:36 PM IST

ରେଭ ପାର୍ଟିରେ ସାପ ବିଷ ସପ୍ଲାଏ ମାମଲା । ଏଲଭିଶ ଯାଦ ଓ ସାପୁଆ କେଳାଙ୍କ ସାମ୍ନାସାମ୍ନି ହେବନି ପଚରାଉଚରା । ଅଧିକ ପଢନ୍ତୁ

Elvish Yadav Case
Elvish Yadav Case

ନୂଆଦିଲ୍ଲୀ: ରେଭ ପାର୍ଟିରେ ସାପ ବିଷ ସପ୍ଲାଏ ମାମଲା । ଲୋକପ୍ରିୟ ୟୁଟ୍ୟୁବର ତଥା ବିଗ୍‌ ବସ ବିଜେତା ଏଲଭିଶ ଯାଦବଙ୍କ ଲାଗି ବଢିଲା ଅଡୁଆ । ଏହି ମାମଲାରେ ଛନ୍ଦି ହେବାରା ଲାଗିଛନ୍ତି ଏଲଭିଶ । ମାମଲାର ସଦ୍ୟ ସୂଚନା ଅନୁସାରେ ଏଲଭିଶ ଓ ସାପୁଆ କେଳାଙ୍କ ସାମ୍ନାସାମ୍ନି ପଚରାଉଚରା କରିବନାହିଁ ନୋଏଡା ପୋଲିସ । ଏହି ମାମଲାରେ ଅନେକ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ସେପଟେ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ରାହୁଲ ଯାଦବ ମଧ୍ୟ ବଡ଼ ଖୁଲାସା କରିଛନ୍ତି । ଏଲଭିଶଙ୍କୁ ପୂର୍ବରୁ ସେ ଭେଟିଥିବା ବେଳେ ତାଙ୍କ କହିବାନୁସାରେ ପାର୍ଟିକୁ ସାପ ବିଷ ନେଇ ଯାଇଥିବା ସେ ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ଅତିରିକ୍ତ ଡିସିପି ଶକ୍ତି ମୋହନ ଅଶ୍ବସ୍ଥି ଓ ସୁରଜପୁର ଜିଲ୍ଲା ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବେନ୍ଦ୍ର ରାହୁଲ ଚୌଧୁରୀଙ୍କ ସୂଚନା ଅନୁସାରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାହୁଲ ଯାଦବ ସମେତ ଜୟକରଣ, ଟିଟୁନାଥ, ନାରାୟଣ ଓ ରବିନାଥ ଏବଂ ୫ଜଣ ସାପୁଆ କେଳାଙ୍କୁ ପଚରାଉଚରା କରିବ ନୋଏଡା ପୋଲିସ । ତେବେ ଏଲଭିଶ ଯାଦବ ଓ ସାପୁଆ କେଳାଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା । ହେଲେ ଏବେ ଅଧିକାରୀଙ୍କ କହିବାନୁସାରେ ଏମାନଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯିବ ନାହିଁ ।

ଏହା ବି ପଢନ୍ତୁ- Snake Venom Case: ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

ପୋଲିସର କହିବା ଅନୁସାରେ ଏହି ମାମଲାରେ ଗୋଟିଏ ପକ୍ଷ ଜେଲରେ ଥିବା ବେଳେ ଅନ୍ୟ ପକ୍ଷ ଜେଲ ବାହାରେ ରହିଛନ୍ତି । ଏଣୁ ଏମାନଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯିବ ନାହିଁ । ନଭେମ୍ବର ୧୦ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣିଛି । ଏଲଭିଶ ଯାଦବ ଓ ଫାଜିଲପୁରିଆଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ରେଭ ପାର୍ଟିର ଆୟୋଜନ ଲାଗି ନିଖିଲକୁ ପୋଲିସ ହେପାଜତରେ ଆଣି ପଚରାଉଚରା କରିଛି । ସାପୁଆ କେଳାଙ୍କୁ ପଚରାଉଚରା ସମୟରେ ନିଖିଲର ନାମ ସାମ୍ନାକୁ ଆସିଥିବା ପୋଲିସ କହିଛି ।

ସୂଚନା ଥାଉ କି, ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଫଳରେ ପୋଲିସ ଏହି ରେଭ୍‌ ପାର୍ଟି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା । ଏଥିରେ ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.