ETV Bharat / bharat

Elon Musk Tweet: ଭୋଜପୁରୀ ଗୀତ କମରିୟା ଲେଖି ଟ୍ବିଟ କଲେ ମସ୍କ

author img

By

Published : Nov 6, 2022, 8:24 AM IST

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରର ନୂଆ ମାଲିକ ହେବା ପରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । ଏହାରି ମଧ୍ୟରେ ଏଲନ ମସ୍କଙ୍କ ହିନ୍ଦୀ ଓ ଭୋଜପୁରୀ ଟ୍ବିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

Elon Musk tweet on bhojpuri song kamariya kare lapalap
ଭୋଜପୁରୀ ଓ ହିନ୍ଦୀ ଭାଷାରେ ଟ୍ବିଟ କଲେ ଏଲନ ମସ୍କ

ପାଟନା: ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ ମସ୍କ ନିଜ ଅଧିନକୁ ଆଣିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ ଆଣୁଛନ୍ତି । ଟ୍ବିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏବେ ତାଙ୍କ ଟ୍ବିଟକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ଏଲନ ମସ୍କଙ୍କ ହିନ୍ଦୀ ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଟ୍ବିଟ ଭୋଜପୁରୀରେ ମଧ୍ୟ ଥିବା ଦେଖିବାକୁ ମିଳିଛି ।

  • … कमरिया करे लपालप, की लॉलीपॉप लागेलू … 🎶#8dollar #TwitterLayoffs

    — Elon Musk (@iawoolford) November 5, 2022 " class="align-text-top noRightClick twitterSection" data=" ">

ଏଲନ ମସ୍କ ନାମକ ଏକ ଟ୍ବିଟର ଆକାଉଣ୍ଟରୁ ହିନ୍ଦୀ ଟ୍ବିଟ ହେଉଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ପ୍ରସିଦ୍ଧ ଭୋଜପୁରୀ ଗୀତ 'କମରିଆ କରେ ଲପାଲାପ, ଲଲିପପ୍ ଲାଗେଲୁ' ଏକ ପଦ ଲେଖାଯାଇଛି । ସେହିପରି ଶାହାରୁଖ ଖାନଙ୍କ ଡାଇଲଗ ମଧ୍ୟ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଲେଖା ହୋଇଥିଲା, "ବଡେ ବଡେ ଦେଶୋ ମେ ଏସି ଛୋଟି ଛୋଟି ବୋତେଁ ହୋତି ରେହତି ହେ ।'' ଏଲମ ମସ୍କଙ୍କ ହିନ୍ଦୀ ଟ୍ବିଟ ଦେଖି ହଜାର ହଜାର ଟ୍ବିଟର ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଯାଞ୍ଚ ପରେ ଏହା ଏଲନ ମସ୍କଙ୍କ ଅଫିସିଆଲ ଆକାଉଣ୍ଟ ନୁହେଁ ବୋଲି ଜଣାପଡ଼ିଛି । ତାଙ୍କ ଟ୍ବିଟର ଆକାଉଣ୍ଟ ୟୁଜର ନାମ ହେଉଛି @elonmusk । କିନ୍ତୁ ହିନ୍ଦୀ ଏବଂ ଭୋଜପୁରୀ ଭାଷାରେ ଟ୍ବିଟ କରୁଥିବା ୟୁଜରର ନାମ @iawoolford ହୋଇଥିବା ଜଣାପଡ଼ିଛି । ତେବେ ଅନ୍ୟ କେହି ଏଲନ ମସ୍କଙ୍କ ନାମକୁ ବ୍ୟବହାର କରି ଏପରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

  • बड़े-बड़े देशों में ऐसी छोटी-छोटी बातें होती रहती हैं ... है ना?#TwitterLayoffs

ସୂଚନା ଥାଉକି, ଏଲନ ମସ୍କ ଟ୍ବିଟରର ନୂଆ ମାଲିକ ହେବା ପରେ ଗୋଟିଏ ପରେ ଗୋଟିଏ ନିୟମରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି । ଏଣିକି ଟ୍ବିଟରରେ ଭେରିଫଏଡ ୟୁଜର୍ସ ଭାବେ ପ୍ରୋଫାଇଲରେ ବ୍ଲ୍ୟୁ ଟିକ ପାଇଥିବା ବ୍ୟବହାରକାରୀ ବା ଆକାଉଣ୍ଟଧାରୀଙ୍କୁ ମାସିକ ୮ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୦ ଟଙ୍କା ଅଟେ । ଏହି ରାଶି ପ୍ରଦାନ ନକଲେ ସେମାନଙ୍କ ଟ୍ବିଟର ଆକାଉଣ୍ଚରୁ ବ୍ଲ୍ୟୁ ଟିକକୁ ବାଦ ଦେବ ସଂସ୍ଥା । ମସ୍କଙ୍କ ଏପରି କିଛି ନୟମକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ହେବାରେ ଲାଗିଛି । ସେହପରି ଟ୍ବିଟରରେ ବିଭିନ୍ନ ଫିଚର୍ସ ଅପଡେଟ୍ ସହ କମ୍ପାନୀର ପୂର୍ବତନ ମୁଖ୍ୟ ନିର୍ବାହୀ ଅଧିକାରୀ(CEO) ପରାଗ ଅଗ୍ରାୱାଲ(Parag Agarwal)ଙ୍କ ସମେତ ମୁଖ୍ୟ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଚାକିରିରୁ ବିତାଡିତ କରିଛନ୍ତି ।

  • “ट्विटर तेरे टुकड़े होंगे” गैंग को भी $8 देने पड़ेंगे। 😘

ଏହା ମଧ୍ୟ ପଢ଼ନ୍ତୁ: ଏଲନ ମସ୍କଙ୍କ ହାତରେ ଟ୍ବିଟର, ଆକାଉଣ୍ଟ ଡିଲିଟ୍‌ କଲେ ପୂର୍ବତନ ପ୍ରେମିକା

ଏହି ପରିପ୍ରେକ୍ଷୀରେ ମସ୍କ ଅଧା ଭାଗ କର୍ମଚାରୀଙ୍କ ଛଟେଇ କରିବା ନେଇ ସୂଚନା ମିଳିଛି । 3,800 କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା ଚୂଡାନ୍ତ ହୋଇଥିବା ନେଇ ଚର୍ଚ୍ଚା ହେଉ ଥିବାବେଳେ ବ୍ଲୁମବର୍ଗ(Bloomberg) ରିପୋର୍ଟ କରିଛି ଯେ, 3,700 କର୍ମଚାରୀଙ୍କ ଛଟେଇ ହୋଇଥାଇପାରେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ୱିଟର କିଣିବା ପାଇଁ ମସ୍କ ଚୁକ୍ତିରୁ ବାହାରିବା ପାଇଁ ଚେଷ୍ଟା କରିବାରେ ବିଫଳ ହେବା ପରେ ହିଁ, କର୍ମଚାରୀଙ୍କ ଛଟେଇ ନେଇ ନିଷ୍ପତ୍ତି ନେଇଥିଲେ । ମସ୍କଙ୍କ ଏଭଳି ନିଷ୍ପତ୍ତି ନେଇ ଚାରିଆଡ଼େ ଅସନ୍ତୋଷ ପ୍ରକାଶ ପାଇଛି। ଏକ ରିପୋର୍ଟ ଅନୁଯାୟୀ, ଏଲନ ମସ୍କ ଭାରତ କମ୍ପାନୀରେ ପ୍ରାୟ ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି । ଏଥିରେ ପ୍ରାୟ 250 କର୍ମଚାରୀ ଥିଲେ । ଟ୍ବିଟର ପକ୍ଷରୁ କର୍ମଚାରୀଙ୍କୁ ପଠାଯାଇଥିବା ଏକ ମେଲରେ ଟ୍ବିଟରକୁ ଏକ ସୁସ୍ଥ ପଥରେ ନେବାକୁ ହେଲେ କର୍ମଚାରୀଙ୍କୁ କମାଇବାକୁ ହେବ ବୋଲି ଉଲ୍ଲେଖ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.