ETV Bharat / bharat

Parliament Winter Session: ଆଜି ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣୁଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଉପସ୍ଥାପିତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ 2021 (Election Laws Amendment Bill) । ବିଲ୍ ପାରିତ ହେବା ପରେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ଅଧିକ ପଢନ୍ତୁ

ଆଜି ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍

author img

By

Published : Dec 20, 2021, 11:47 AM IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର କେତେକ ସଂଶୋଧନ ଆଣିବାକୁ ଯାଉଛନ୍ତି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣୁଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଉପସ୍ଥାପିତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ 2021 (Election Laws Amendment Bill) । ବିଲ୍ ପାରିତ ହେବା ପରେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ଫଳରେ ନିର୍ବାଚନରେ ହେଉଥିବା ଜାଲିଆତିକୁ ରୋକା ଯାଇ ପାରିବ । ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ । ନକଲି ଭୋଟ ପରିଚୟପତ୍ର ସଂକ୍ରାନ୍ତ ସମସ୍ୟାକୁ ଏଡାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ଏହି ବିଲକୁ ଡିସେମ୍ବର ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ବିଲ୍ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ (Aadhaar-Voter ID linking) କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ । ଭୋଟର ତାଲିକାକୁ ବଳିଷ୍ଠ କରିବା, ଭୋଟଦାନ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା, ନିର୍ବାଚନ କମିଶନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ଏବଂ ଜାଲିଆତିକୁ ରୋକିବା ପାଇଁ ସରକାର ଏହି ସଂସ୍କାର ଆଣିଥିବା କହିଛନ୍ତି । ଆଧାର ଲିଙ୍କ ହେବା ଦ୍ବାରା ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିହେବ । ଏହା ସହ ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ ।

ପୂର୍ବରୁ ଏକାଧିକ ଭୋଟ ପରିଚୟ ପତ୍ର ରଖିଥିବା ଲୋକେ ଏକାଧିକ ସ୍ଥାନରେ ମତଦାନ କରିପାରୁଥିଲେ । ୨୦୧୯ ଅଗଷ୍ଟରେ ଆଧାର-ଭୋଟର ଆଇଡି ଲିଙ୍କ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ । ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୨୦୧୫ରେ ମତଦାନ ପାଇଁ ଆଧାର ନମ୍ବର ବ୍ୟବହାର କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ଇସିଆଇ ଆଧାର ବୈଧତା ବିବାଦକୁ ନେଇ ଅଗଷ୍ଟ ୨୦୧୫ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଏହା ସ୍ଥଗିତ ରହିଥିଲା ।

ପ୍ୟାନ-ଆଧାର ଲିଙ୍କ ଭଳି ଭୋଟର କାର୍ଡରେ ଆଧାର କାର୍ଡ ସଂଯୋଗ ହେବ । ଏହି ସଂଯୋଗକୁ ବାଧ୍ୟତାମୂଳକ କରାଯିବ ନାହିଁ । ସୁପ୍ରିମକୋର୍ଟ ଗୋପନୀୟତା ଅଧିକାର ସଂକ୍ରାନ୍ତ ରାୟ ଆଧାରରେ ଏହାକୁ ଇଚ୍ଛାଧୀନ ରଖିବା ପାଇଁ ଚିନ୍ତା କରାଯାଉଛି । ନିର୍ବାଚନ କମିଶନଙ୍କ ମୁତାବକ ଏନେଇ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିଲା । ନିର୍ବାଚନ ପ୍ରକ୍ରିୟାକୁ ଏହା ସୃଦୁଢ କରିବା ସହ ନକଲି ଭୋଟ ପରିଚୟ ପତ୍ର ସମସ୍ୟା ଦୂର ହେବ । ବର୍ଷକୁ ୪ଥର ପଞ୍ଜୀକରଣ ପାଇଁ ସୁଯୋଗ ମିଳିବ । ୧୮ ବର୍ଷ ପୂରଣ କରୁଥିବା ଭୋଟରମାନେ ଆସନ୍ତା ବର୍ଷ ଜାନୁଆରୀ ୧ରୁ ଏହି ସୁଯୋଗ ପାଇବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.