ETV Bharat / bharat

ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ - ନିର୍ବାଚନ ଆୟୋଗକୁ ଉଦ୍ଧବ ଠାକରେଙ୍କ ଟାର୍ଗେଟ

ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଲା ଶିବସେନାର ଦଳୀୟ ଚିହ୍ନ ‘ଧନୁ ତୀର’ । ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ । ବାସଭବନ ଆଗରେ କଲେ ଶକ୍ତି ପ୍ରଦର୍ଶନ । ସମର୍ଥକଙ୍କୁ ନିର୍ବାଚନରେ ଜବାବ ଦେବକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ

author img

By

Published : Feb 18, 2023, 8:48 PM IST

ମୁମ୍ବାଇ: ଶିବସେନା ଗୋଷ୍ଠୀ ବିବାଦ ମଧ୍ୟରେ ଉଦ୍ଧବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଛି ଶିବସେନାର ମୂଳ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’ । ଯାହାକୁ ନେଇ ନିର୍ବାଚନ ଆୟୋଗ ଉପରେ ବର୍ଷିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେ । ଏପରିକି ସେ ନିର୍ବାଚନ ଆୟୋଗକୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଚାକର ବୋଲି କହିବା ପାଇଁ ମଧ୍ୟ ପଛାଇନାହାନ୍ତି । ଯାହା ହେଲା ତାହା ଆଗରୁ କେବେ ହୋଇନଥିଲା । ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର ପରି କାମ କରୁଛି ବୋଲି ଉଦ୍ଧବ ଠାକରେ କହିଛନ୍ତି ।

ନିଜ ପ୍ରତିଦ୍ବନ୍ଦ୍ବୀ ଗୋଷ୍ଠୀକୁ ଦଳୀୟ ଚିହ୍ନ ଓ ନାମ ମିଳିବା ପରେ ଆଜି ନିଜ ବାସଭବନ ‘ମାତୋଶ୍ରୀ’ ବାହାରେ ଠାକରେ ପରିବାର ଶକ୍ତି ପ୍ରଦର୍ଶନ କରିଛି । ଠାକରେ ଗୋଷ୍ଠୀର ହଜାର ହଜାର ସମର୍ଥକ ମାତୋଶ୍ରୀ ବାହାରେ ଏକତ୍ରିତ ହୋଇଥିଲେ । ସମର୍ଥକଙ୍କୁ ସମ୍ବୋଧନ କରି ଉଦ୍ଭବ କହିଛନ୍ତି, ବର୍ତ୍ତମାନ ଧର୍ଯ୍ୟ ରଖିବାକୁ ହେବ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରିଥିଲେ । ମୁମ୍ବାଇର ମହାନଗର ନିଗମ ନିର୍ବାଚନ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ଉଦ୍ଧବ ସମର୍ଥକଙ୍କୁ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ନିର୍ବାଚନ କମିଶନ ତାଙ୍କ ଦଳର ନାମ ଅନ୍ୟ ଦଳକୁ ପ୍ରଦାନ କରି ଠିକ କରିନାହାନ୍ତି । ଯେଉଁମାନେ ଶିବସେନାର ଦଳୀୟ ଚିହ୍ନକୁ ଚୋରି କରିଛନ୍ତି ସେମାନଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବାକୁ ପଡିବ ବୋଲି ଉଦ୍ଧବ ଠାକରେ ସମର୍ଥକଙ୍କୁ କହିଥିଲେ ।

ଚଳିତବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁଯାଉଛି । ଏହା ପୂର୍ବରୁ ରାଜ୍ୟରେ ଏକାଧିକ ସହରରେ ନଗର ନିଗମ ନିର୍ବାଚନ ମଧ୍ୟ ରହିଛି । ଏହି ସମୟରେ ନିର୍ବାଚନ କମିଶନଙ୍କ ଏପରି ନିଷ୍ପତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଗୋଷ୍ଠୀ ପାଇଁ କଠିନ ସ୍ଥିତି ସୃଷ୍ଟି କରିପାରେ । ତେବେ ଏପରି ସମୟରେ ସମର୍ଥକଙ୍କୁ ନୈତିକ ଧର୍ଯ୍ୟ ଦେଇ ଉଦ୍ଧବ କହିଥିଲେ,‘‘ଏହି ନିଷ୍ପତ୍ତି ଫଳରେ ମୋ ମନୋବଳ ମଧ୍ୟ ଭାଙ୍ଗିନାହିଁ । କାରଣ ମୋର ସମର୍ଥନ ହେଉଛନ୍ତି ଆପଣମାନେ । ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣି ରଖିବା ସେମାନେ ସରକାରୀ କଳ ଓ ସେମାନଙ୍କ ଚାକରଙ୍କୁ ବ୍ୟବହାର କରି କେବେ ହେଲେ ଶିବସେନାକୁ ଶେଷ କରିପାରିବେ ନାହିଁ । ଠାକରେ ଆହୁରି ମଧ୍ୟ ସମର୍ଥକଙ୍କୁ କହିଥିଲେ, ତୁମେ ଭୟଭୀତ କି ? ସମର୍ଥକମାନେ ସେମାନେ ଭୟଭୀତ ନୁହନ୍ତି ବୋଲି କହିଥିଲ । ଆସନ୍ତା ନିର୍ବାଚନରେ ଚୋରମାନଙ୍କୁ ଉଚିତ ଉତ୍ତର ନଦେବା ଯାଏ ନୀରବ ହୋଇ ବସିବାର ନାହିଁ ବୋଲି କହିଥିଲେ ଉଦ୍ଧବ ।

ଗତବର୍ଷ (୨୦୨୨) ଜୁନ୍ ମାସରେ ହାଇଭୋଲଟେଜ ଡ୍ରାମା ଦେଖିଥିଲା ମହାରାଷ୍ଟ୍ର ରାଜନୀତି । ଏକଦା ପାର୍ଟି ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଏକାନ୍ତ ଘନିଷ୍ଠ ଥିବା ତଥା ପରେ ଉଦ୍ଧବଙ୍କ ସହଯୋଗୀ ଥିବା ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କରିଥିଲେ । ନିଜର କିଛି ଅନୁଗତ ବିଧାୟକଙ୍କୁ ଧରି ମୁମ୍ବାଇ ଛାଡ ଗୌହାଟୀ ପଳାଇଥିଲେ ସିନ୍ଦେ । ରାଜନୈତିକ ସଙ୍କଟରେ ଆବଶ୍ୟକ ସଂଖ୍ୟା ନଥିବା ଯୋଗୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଭାରତୀୟ ଜନତା ପାର୍ଟି ସହଯୋଗରେ ମହାରାଷ୍ଟ୍ରରେ ସିନ୍ଦେ ଶାସନ ଆରମ୍ଭ ହୋଇଥିଲା । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ତେବେ ଏହି ସମ୍ପର୍କିତ ଏକାଧିକ ମାମଲା କୋର୍ଟରେ ଜାରି ରହିଛି । ତାହା ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ମାମଲାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଛି । ଏବେ ଦଳୀୟ ଚିହ୍ନ ଓ ନାମ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ଯାହାକୁ ନେଇ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ସମେତ ଭାରତୀୟ ଜନତା ପାର୍ଟି ଓ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.