ETV Bharat / bharat

ଭର୍ଚୁଆଲ ରାଲି ନାଁରେ ସମାବେଶ କଲା ସମାଜବାଦୀ ପାର୍ଟି, ନୋଟିସ୍‌ ଜାରି କଲେ EC - କୋଭିଡ ନିୟମ ଉଲ୍ଲଂଘନ କଲା ସମାଜବାଦି ପାର୍ଟି

କୋଭିଡ ନିୟମ ଉଲ୍ଲଂଘନ କରି ସମାବେଶ କରିଥିବାରୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନୋଟିସ ଜାରି କଲେ ନିର୍ବାଚନ କମିଶନର । ଅଧିକ ପଢନ୍ତୁ

UP Assembly Election:  ସମାଜବାର୍ଦି ପାର୍ଟି କୁ ନୋଟିସ ଜାରି କଲେ EC

author img

By

Published : Jan 16, 2022, 8:57 AM IST

ଲକ୍ଷ୍ନୌ: ଫେବୃଆରୀରେ ଉତ୍ତର ପ୍ରଦେଶ ନିର୍ବାଚନ । ଏନେଇ ରାଜନୀତି ସରଗରମ ରହିଥିବା ବେଳେ ରାଲି ସମାବେଶ ଉପରେ କଟକଣା ଲଗାଯାଇ କେବଳ ଭର୍ଚୁଆଲ ରାଲିକୁ ଅନୁମତି ଦିଆଯାଇଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ସମାଜବାର୍ଦି ପାର୍ଟି କୋଭିଡ ନିୟମ ଉଲ୍ଲଂଘନ କରି ଲକ୍ଷ୍ନୌ କାର୍ଯ୍ୟାଳୟରେ ଭର୍ଚୁଆଲ ରାଲି ନାମରେ ଏକ ସମାବେଶ କରିଥିଲା । ଏନେଇ ଗତକାଲି ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନର ।

ଗତ ଶୁକ୍ରବାର ଏହି ସମାବେଶ ହୋଇଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାରୁ ସମାଜବାଦି ପାର୍ଟିକୁ ସ୍ପଷ୍ଟୀକରଣ ମାଗିଛନ୍ତି ଇସି । ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ହେବାକୁ ଯାଉଛି। ମହାମାରୀକୁ ଦୃଷ୍ଟିରେ ରଖି ସାଧାରଣ ସଭା ଏବଂ ସମାବେଶ ଉପରେ ନିଷେଧ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.