ETV Bharat / bharat

ନୂଆ ବର୍ଷରେ ନୂଆ ଇଭିଏମ୍ ! ଦେଶର ଯେକୌଣସି ସ୍ଥାନରେ ବସି ବାଛିପାରିବେ ପ୍ରାର୍ଥୀ - election commission

ଦେଶର ଯେକୌଣସି ଅଞ୍ଚଳକୁ ଯାଉଥିବା ଯେକୌଣସି ଭାରତୀୟ ଏବେ ଭୋଟ୍ ଦେଇପାରିବେ । ଦେଶରେ କେଉଁଠି ବି ଥାଆନ୍ତୁ କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇପାରିବେ ।

ନୂଆ ବର୍ଷରେ ନୂଆ ଇଭିଏମ୍
ନୂଆ ବର୍ଷରେ ନୂଆ ଇଭିଏମ୍
author img

By

Published : Dec 23, 2020, 10:04 AM IST

ନୂଆଦିଲ୍ଲୀ: ଦେଶର ଯେକୌଣସି ଅଞ୍ଚଳକୁ ଯାଉଥିବା ଯେକୌଣସି ଭାରତୀୟ ଏବେ ଭୋଟ୍ ଦେଇପାରିବେ । ଦେଶରେ କେଉଁଠି ବି ଥାଆନ୍ତୁ କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇପାରିବେ । ଏଭଳି କ୍ଷେତ୍ରରେ ଇଭିଏମ୍ କିପରି ସକ୍ଷମ କରାଯିବ ସେନେଇ ନିର୍ବାଚନ ଆୟୋଗ ଆଲୋଚନା କରୁଛନ୍ତି।

ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ନିର୍ଦ୍ଦିଷ୍ଟ ଇଭିଏମ ଏପରି ତାଲିକା ରହିବ, ଯାହା ମାଧ୍ୟମରେ ଯେକୌଣସି ଭୋଟର ନିଜ ନିର୍ବାଚନମଣ୍ଡଳୀକୁ ଖୋଜି ପାରିବେ ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଆୟୋଗ ବର୍ତ୍ତମାନ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପର ଅନ୍ୟାନ୍ୟ ବୈଷୟିକ, ବ୍ୟବହାରିକ ଏବଂ ଆଇନଗତ ଦିଗଗୁଡିକୁ ବିଚାର କରୁଛି।

ତେବେ ବର୍ତ୍ତମାନର ଇଭିଏମରେ କେବଳ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀର ବିବରଣୀ ରହିଛି କିନ୍ତୁ ଡାଏନୋମିକ ଇଭିଏମ୍ ଗୁଡିକ ତଥ୍ୟ ସଂରକ୍ଷଣ କରିବାରେ ଅତୁଳନୀୟ କ୍ଷମତା ପାଇବେ । ଏତେ ପରିମାଣରେ ଯେ ଦିଲ୍ଲୀରେ ବସିଥିବା ପ୍ରବାସୀ ଭୋଟର ବିହାର ନିର୍ବାଚନମଣ୍ଡଳୀର ଲୋକସଭା କିମ୍ବା ବିଧାନସଭା ଆସନରେ ଭୋଟ ଦେଇପାରିବେ କିମ୍ବା କେରଳର ପାଲକ୍କଡ କିମ୍ବା ଉତ୍ତରାଖଣ୍ଡର କେଦାରନାଥରେ ମଧ୍ୟ ବସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ।

ଭୋଟର ତାଲିକାରେ କେବଳ ନାମ ପ୍ରବେଶ କରାଯିବା ଏବଂ ସେହି ଅନୁଯାୟୀ ଭୋଟର ପରିଚୟ ପତ୍ର ମଧ୍ୟ ଆବଶ୍ୟକ । ତେବେ ନିର୍ବାଚନ ଆୟୋଗ ଅନୁସାରେ ପ୍ରାୟ 10 ହଜାର ଏପରି ଇଭିଏମର ଆବଶ୍ୟକତା ପଡିବ । ଯଦି ସବୁ କିଛି ଠିକ୍ ରହିଲା ତେବେ 2024 ଲୋକସଭା ନିର୍ବାଚନ ବେଳକୁ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଭାରତ ସଫଳ ହେବ ।

ଗତ ନଅ ମାସ ଧରି ଏହି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ବୈଷୟିକ ଜ୍ଞାନର ଅନୁଭବି ଏବଂ ଆଡଭାନ୍ସ କମ୍ପ୍ୟୁଟିଂ ସେଣ୍ଟର ଫର ଡେଭଲପମେଣ୍ଟ, ଆଇଆଇଟି ମାଡ୍ରାସର ମହାନିର୍ଦ୍ଦେଶକ, ଦିଲ୍ଲୀ ଏବଂ ବମ୍ବେର ଏକ 7 ଜଣିଆ ବିଶେଷଜ୍ଞ ଦଳ ଏହା ଉପରେ ଅନୁସନ୍ଧାନ କରୁଛନ୍ତି । ଆସନ୍ତା ବର୍ଷର ଆରମ୍ଭ ଏହାର ପ୍ରୋଟୋଟାଇପ୍ ପ୍ରଦର୍ଶନରୁ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.