ETV Bharat / bharat

Shiv Sena: ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା, ସିନ୍ଦେଙ୍କୁ ମିଳିଲା ପ୍ରକୃତ ଶିବସେନା ମାନ୍ୟତା, ଧନୁ-ତୀର ଚିହ୍ନ - ଏକନାଥ ସିନ୍ଧେ

ଉଦ୍ଧବ ଠାକରେଙ୍କୁ ପୁଣି ବଡ଼ ଝଟକା । ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ଦଲେ ପ୍ରକୃତ ଶିବସେନାର ମାନ୍ୟତା । ଦଳର ନାମ ସହ ଧନୁତୀରକୁ ମଧ୍ୟ ସିନ୍ଦେ ଗୋଷ୍ଠୀ ଏଣିକି ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

Shiv Sena
Shiv Sena
author img

By

Published : Feb 17, 2023, 9:00 PM IST

ମୁମ୍ବାଇ: ପୁଣି ତତ୍କାଳୀନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲାଗିଲା ଶକ୍ତ ଝଟକା । ଶୁକ୍ରବାର ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି । ଏହି ଗୋଷ୍ଠୀକୁ ଶିବସେନା ପାର୍ଟିର ମାନ୍ୟତା ମିଳିଥିବା ବେଳେ ଦଳର ଚିହ୍ନ 'ଧନୁତୀର' ମିଳିଛି । ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କଠାରୁ ଦଳର ନାମ ସହିତ ଚିହ୍ନ ମଧ୍ୟ ଛଡ଼ାଇ ନେଇଛି । ସନ୍ଧ୍ୟାରେ ଆୟୋଗଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ଏକପ୍ରକାର ହଇଚଇ ସୃଷ୍ଟି ହୋଇଛି ।

ଗତବର୍ଷ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେ । ସିନ୍ଦେଙ୍କ ସମର୍ଥନରେ ଅନେକ ବିଧାୟକ ବାହାରିବା ପରେ ମହାବିକାଶ ଅଘାଡି ସରକାରର ପତନ ଘଟିଥିଲା । ଉଦ୍ଧବ ଠାକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ବିଜେପି ସହିତ ମିଶି ସରକାର ଗଢିଥିଲେ । ସେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ଶିବସେନାର ନାମ ଓ ଚିହ୍ନ ଧନୁତୀରକୁ ନେଇ ଏକନାଥ ଓ ଉଦ୍ଧବଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ବୋମା ଧମକ, ଗୁଜବ କହିଲା ପୋଲିସ

ଉଭୟ ଏଥିଲାଗି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ନିର୍ବାଚନ କମିଶନ ଗତବର୍ଷ ଅକ୍ଟୋବରରେ ମାସରେ ଶିବସେନା ନାମ ଓ ଚିହ୍ନକୁ ସିଜ କରିବା ସହି ଅନ୍ତରୀଣ ସମୟ ଲାଗି ଉଭୟ ଗୋଷ୍ଠୀକୁ ଅସ୍ଥାୟୀ ନାମ ଓ ଚିହ୍ନ ଦେଇଥିଲେ । ତେବେ ଏକନାଥ ଗୋଷ୍ଠୀଙ୍କୁ ବାଲାସାହେବଞ୍ଚି ଶିବସେନା ନାମ ମିଳିଥିବା ବେଳେ ୨ଟି ଖଣ୍ଡା ଚିହ୍ନ ଦିଆଯାଇଥିଲା । ସେପଟେ ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ମିଳିଥିବା ବେଳେ ମଶାଲ ଚିହ୍ନ ମିଳିଥିଲା । ତେବେ ଶୁକ୍ରବାର ନିର୍ବାଚନ କମିଶନ ଏହାର ଶୁଣାଣି କରି ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି ।

ଇସିଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବାଲାସାହେବ ଓ ଆନନ୍ଦ ଦିଘେ ଓ ଶିବ ସେନାର କର୍ମୀ, ସାଂସଦ, ବିଧାୟକ, ସମର୍ଥକଙ୍କ ବିଜୟ ବୋଲି କହିଛନ୍ତି ସିନ୍ଦେ । ଏହା ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, "ଆମ ଦେଶ ଭାରତ ବାବାସାହେବ ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବିଧାନକୁ ନେଇ ଚାଲିଥାଏ । ଆମେ ମଧ୍ୟ ଏହି ସମ୍ବିଧାନ ଆଧାରରେ ଦଳ ଗଢିଥିଲୁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଆମେ ସ୍ବାଗତ କରିଛୁ । ଏଥିଲାଗି ମୁଁ ନିର୍ବାଚନ କମିଶନଙ୍କ ନିକଟରେ କୃତଜ୍ଞ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.