ETV Bharat / bharat

Assembly polls: ଜାନୁଆରୀ ୩୧ ଯାଏଁ ବଢିଲା କ୍ୟାମ୍ପେନ କର୍ଫ୍ୟୁ

author img

By

Published : Jan 22, 2022, 7:25 PM IST

ପୁଣି ଜାନୁଆରୀ ୩୧ ଯାଏ ବଢିଲା କ୍ୟାମ୍ପେନ କର୍ଫ୍ୟୁ । ପ୍ରଥମେ ଜାନୁଆରୀ ୧୫ ତାରିଖ ପରେ ୨୨ ତାରିଖ ଓ ଆଜି ୩୧ ଯାଏ ରାଲି ବନ୍ଦ କଲେ ନିର୍ବାଚନ ଆୟୋଗ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ପାଞ୍ଚ ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି । ଅଧିକ ପଢନ୍ତୁ

assembly polls: ପୁଣି ଜାନୁଆରୀ ୩୧ ଯାଏ ବଢିଲା ପ୍ରଚାର କଟକଣା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜାରି ହୋଇଥିବା ପ୍ରଚାର ନିଷେଧ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ନିର୍ବାଚନ ଆୟୋଗ । ବର୍ତ୍ତମାନ ଜାନୁୟାରୀ 31 ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଆୟୋଗ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

  • ECI extends ban on physical rallies and road shows till January 31, 2022
    Relaxation for Physical public meetings of Political parties or contesting candidates for Phase 1 allowed from January 28, 2022 and for Phase 2 from February 1, 2022....... detailshttps://t.co/xYoL1nSaLh

    — Spokesperson ECI (@SpokespersonECI) January 22, 2022 " class="align-text-top noRightClick twitterSection" data=" ">

ତେବେ ମାତ୍ର 5 ଜଣଙ୍କ ଦ୍ବାରା ଡୋର-ଟୁ ଡୋର ପ୍ରଚାର ଅଭିଯାନ ପାଇଁ ପୂର୍ବରୁ ଅନୁମତି ରହିଥିବା ବେଳେ ଉକ୍ତ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ ଆଣି 10 ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି କୋଭିଡ ଗାଇଡଲାଇନ ସହ ଖୋଲା ସ୍ଥାନରେ ପ୍ରଚାର ଓ ଜନସଭାକୁ ଅନୁମତି ପ୍ରଦାନ କରାଯାଇଥିଲା ।

ପୂର୍ବରୁ ପ୍ରଥମେ ଏହି ପ୍ରଚାର ଓ ରାଲି ବ୍ୟାନ କଟକଣା ପ୍ରଥମେ ଜାନୁୟାରୀ ୧୫ ତାରିଖ ଯାଏ ଥିବା ବେଳେ ପରବର୍ତ୍ତୀ ସ୍ଥିତିରେ ଏହାକୁ ୨୨ ତାରିଖ ଓ ଆଜି ୩୧ ତାରିଖ ଯାଏ ନିଷେଧ ରଖିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଇନ-ଡୋର ବୈଠକ ଗୁଡିକ ୫୦ ପ୍ରତିଶତ କ୍ଷମତା ବା ସର୍ବାଧିକ ୩୦୦ କର୍ମୀଙ୍କୁ ନେଇ ଆୟୋଜନ କରିପାରିବେ ଆୟୋଜକ ରାଜନୈତିକ ଦଳ । ଏଥିରେ କୋଭିଡ ପ୍ରୋଟକଲକୁ କଡାକଡି ଅନୁପାଳନ କରିବାର ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.