ETV Bharat / bharat

ସହଜରେ ଭୋଟ ଦେବେ ପ୍ରବାସୀ ଭୋଟର, RVM ବ୍ୟବସ୍ଥା ଆଣିଲେ ECI - ପ୍ରବାସୀ ଭୋଟରଙ୍କ ପାଇଁ ଭୋଟିଂ ବ୍ୟବସ୍ଥା

ନିର୍ବାଚନରେ ପ୍ରବାସୀ ଭୋଟରଙ୍କୁ ଆଉ ଗୃହ ରାଜ୍ୟ ଯିବାକୁ ପଡିବ ନାହିଁ । କେଉଁଠି ବି ଦେଇ ପାରିବେ ଭୋଟ । ରିମୋର୍ଟ ଭୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ( Election Commission develops RVM) । ଅଧିକ ପଢନ୍ତୁ

Remote Electronic Voting Machine
Election Commission develops RVM
author img

By

Published : Dec 29, 2022, 2:26 PM IST

ନୂଆଦିଲ୍ଲୀ: ପ୍ରବାସୀ ଭୋଟରଙ୍କ ପାଇଁ ଖୁସି ଖବର । ଭୋଟ ଦେବାକୁ ହେଲେ ଆଉ ନିଜ ପ୍ରଦେଶକୁ ଯିବାକୁ ପଡିବ ନାହିଁ । ଯେଉଁଠି ଥିବେ ସେହିଠୁ ହିଁ ଭୋଟ ଦେଇପାରିବେ । ନିଜ ପ୍ରଦେଶରୁ ଯାଇ ଅନ୍ୟ ପ୍ରଦେଶରେ ରହୁଥିବା ନାଗରିକମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ରିମୋର୍ଟ ଭୋଟିଂ (Remote Electronic Voting Machine) ବ୍ୟବସ୍ଥା କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ( Election Commission develops RVM ) । ଏନେଇ ଆଜି ଇସିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

  • (2/2) Prototype RVM can handle multiple constituencies from a single remote polling booth. ECI floats concept note soliciting views from Political Parties on legal, operational, administrative and technological challenges. @PIB_India@DDNewslive@airnewsalerts @ECISVEEP

    — Spokesperson ECI (@SpokespersonECI) December 29, 2022 " class="align-text-top noRightClick twitterSection" data=" ">

ଉନ୍ନତମାନର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରବାସରେ ରହୁଥିବା ଭୋଟର ଭୋଟ ନ ଦେଇ ପାରିବା ଏକ ବିକଳ୍ପ ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ରିମୋର୍ଟ ଭୋଟିଂ ଆରମ୍ଭ ହେବାକୁ ଯାଉଛି । 2019 ସାଧାରଣ ନିର୍ବାଚନରେ କମ ଭୋଟିଂ ପ୍ରତିଶତ ଦେଖି ଚିନ୍ତା ପ୍ରକାଶ କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । କାରଣ ଉକ୍ତ ବର୍ଷ 30 କୋଟି ମତଦାତା ଭୋଟ ଦେଇ ପାରନଥିଲେ କାରଣ ଥିଲା ନିଜ ପ୍ରଦେଶରୁ ଦୂରରେ ରହିବା । ମତଦାନ ସଂଖ୍ୟା ବୃଦ୍ଧି କରିବାରୁ ଭାରତର ନିର୍ବାଚନ କମିସନ ‘ମଲ୍‌ଟି-କନ୍‌ଷ୍ଟିଚ୍ୟୁଏନ୍ସି ରିମୋର୍ଟ ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌’ର (ଆର୍‌ଭିଏମ୍‌) ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିଛନ୍ତି । ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ପ୍ରୋଟୋଟାଇପ୍‌ ଆରଭିଏମ ପୁଲିଙ୍ଗ ବୁଥରେ ଏକାଧୀକ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ କରି ହେବ ।

ଲୋକତନ୍ତ୍ରରେ ବଢିବ ଭାଗିଦାରୀ...

ଏକ କମ୍ପାନୀ ଦ୍ବାରା ନିର୍ମିତ ‘ମଲ୍‌ଟି-କନ୍‌ଷ୍ଟିଚ୍ୟୁଏନ୍ସି ରିମୋର୍ଟ ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌’ ଗୋଟିଏ ସ୍ଥାନରୁ 72ଟି ନିର୍ବାଚନ ମଣ୍ଡଳୀ କ୍ଷେତ୍ରକୁ ପରିଚାଳିତ କରିପାରିବ । ନିର୍ବାଚନ ମୁଖ୍ୟ ରାଜୀବ କୁମାର କହିଛନ୍ତି ନିର୍ବାଚନ ପ୍ରତି ଯୁବକ ଏବଂ ବାହାରେ ରହୁଥିବା ଲୋକଙ୍କ ଉଦାସୀନତାକୁ ଦୃଷ୍ଟିରେ ରଖି ଏହି ରିମୋର୍ଟ ଭୋଟିଂ ଲୋକତନ୍ତ୍ର ପ୍ରକ୍ରିୟାରେ ଭାଗିଦାରୀ ବଢାଇବାରେ ସହାୟକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.