ETV Bharat / bharat

ବୟସ ଅପରାହ୍ନରେ ପାଠ ପଢିବା ନିଶା, ବର୍ଣ୍ଣବୋଧ ଶିଖୁଛନ୍ତି ଜେଜେମା-ଆଈ

ଏବେ ଟିପ ଚିହ୍ନ ନୁହେଁ କରିବା ଦସ୍ତଖତ । ହାତରେ କଲମ ଧରି ଅକ୍ଷର ଶିଖିବାକୁ ବୟସ ନୁହେଁ ଦରକାର ନିଷ୍ଠା ଓ ଉତ୍ସାହ । ଦେଖନ୍ତୁ, ଆଈ-ଜେଜେ ମା’ କିଭଳି ପଢୁଛନ୍ତି ବର୍ଣ୍ଣବୋଧ ଆଉ ସ୍ବାକ୍ଷର ହେବାକୁ ଡେଇଁଛନ୍ତି ଘର ଏରୁଣ୍ଡିବନ୍ଧ...

author img

By

Published : Mar 25, 2021, 7:25 PM IST

ବୟସ ଅପରାହ୍ନରେ ପାଠ ପଢିବା ନିଶା, ବର୍ଣ୍ଣବୋଧ ଶିଖୁଛନ୍ତି  ଜେଜେମା-ଆଇ

ଉତ୍ତରକାଶୀ: ନିରୀହ ଆଖି ଓ ଏ ଆଖିରେ ଜାଗ୍ରତ ପଢିବା ଲେଖିବା ପାଇଁ ଥିବା ଉତ୍ସାହ କୁହେ ଶିକ୍ଷା ପାଇଁ ବୟସ ନୁହେଁ ଦରକାର ଉତ୍ସାହ । ଜୀବନର 60ରୁ ଊର୍ଦ୍ଧ୍ବ ବସନ୍ତ ପାର କରିଥିବା ଏହି ବୃଦ୍ଧାମାନେ ଆଜି କାହାର ଜେଜେ ମା’ ତ ପୁଣି କାହାର ଆଈ । ନାତି ନାତୁଣୀଙ୍କ ପଢିବା ଲେଖିବା ବସୟରେ ଏହି ଆଈ, ମା’ମାନେ ଆଜି ହାତରେ ଧରିଛନ୍ତି କଲମ ଆଉ ସ୍ବାକ୍ଷର ହେବାକୁ ବଢାଇଛନ୍ତି ପାଦ । ଖାତାରେ କଲମ ଧରି ଅ..ଆ.. ଇ..ଈ ଲେଖୁଛନ୍ତି ଆଈ, ମା’ .. ଆଉ ଧାଡିକୁ ଧାଡି ଯୋଡି ଶିଖୁଛନ୍ତି ଅକ୍ଷର ।

ଉତ୍ତରାଖଣ୍ଡ ପାହାଡିଆ ଜିଲ୍ଲାର ଉତ୍ତରକାଶୀରେ ଏ ଅନନ୍ୟ ଦୃଶ୍ୟ ଏବେ ସାଧାରଣ ହୋଇଗଲାଣି । ବାସ୍ତବରେ ଏହି ମହିଳାମାନେ ପ୍ରତିଦିନ ଏକ ସ୍ବତନ୍ତ୍ର chaupal ଲଗାନ୍ତି । ଅର୍ଥାତ ଏକଜୁଟ ହୋଇ ବସି ଚର୍ଚ୍ଚା କରିବା । କେବେ ଘର ଚାରିକାନ୍ଥ ଭିତରେ ଆବଦ୍ଧ ରହୁଥିବା ଏହି ମହିଳାମାନେ ଆଜି ବୟସର ଅପରାହ୍ନରେ ଡେଇଁଛନ୍ତି ଘର ଏରୁଣ୍ଡିବନ୍ଧ । ଆଉ ନିଜକୁ ସ୍ବାକ୍ଷର କରିବାକୁ ଶିଖୁଛନ୍ତି ଅକ୍ଷର ଜ୍ଞାନ ।

ନିତି ଘରର ସବୁ କାମ ସାରି ସଂନ୍ଧ୍ୟା ହେଉ ହେଉ ଗାଁର ଆଈ- ମାମାନେ ନିଜ ସଖୀ- ସାଥୀଙ୍କୁ ନେଇ ଚୌପାଲରେ ପହଞ୍ଚିଯାଆନ୍ତି । ଗିରିକାନନ ଘେରରେ ପର୍ବତ ଭଳି ଅତୁଟ ସାହସ ସହ ଜୀବନ ଜିଉଁଥିବା ଏହି ମହିଳାମାନେ ସାଥୀରେ କପି-ପେନ୍ସିଲ ନେଇ ଚୌପାଲରେ ପହଞ୍ଚିଯାଆନ୍ତି । ଏହି କ୍ଲାସରେ ଜେଜେମା ଠାରୁ ମାଉସୀ, ପିଉସୀ ଏବଂ ଆଈ ମା ସବୁ ପଢା-ଲେଖା ଶିଖୁଛନ୍ତି ।

ଗ୍ରାମବାସୀ ନାରାୟଣୀ ଦେବୀ କୁହନ୍ତି ଯେ, ପୂର୍ବରୁ ଆମେ ଟିପ ଚିହ୍ନ ଲଗାଉଥିଲୁ । ପଢିବା-ଲେଖିବା ଆସୁନଥିଲା । ଏବେ ଆମେ ପଢିବା ପାଇଁ ପରିଶ୍ରମ କରୁଛି ।

ପ୍ରାୟତଃ ପ୍ରତିଟି ଗାଁରେ ଚୌପାଲ ଲାଗିବା ସାଧାରଣ କଥା, କିନ୍ତୁ ଏଠାକାର ଚୌପାଲ ସ୍ବତନ୍ତ୍ର, ଏଠାରେ ସାଧାରଣ ନୁହେଁ ଲାଗେ ଶିକ୍ଷାର ଚୌପାଲ । ବିକାଶଖଣ୍ଡ ଭଟୱାଡିର ଲେନ୍ଥରୁ ଓ ସିସୋର ଗାଁରେ ଚୌପାଲରେ ଦେଖିବାକୁ ମିଳେ ଟିକେ ନିଆରା ଦୃଶ୍ୟ । କେବେ ଟିପ ଚିହ୍ନ ଲଗାଉଥିବା ଏହି ମହିଳାମାନେ ଏବେ ଖାତାରେ ରେଖା ଟାଣି ଯୋଡୁଛନ୍ତି ଅକ୍ଷରକୁ ଅକ୍ଷର । ସତରେ.. ଶିକ୍ଷାକୁ ନେଇ ଏହି ମହିଳାଙ୍କ ଉତ୍ସାହ ଦେଖିବା ଯୋଗ୍ୟ ..

ଉତ୍ତରକାଶୀ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରି ଏହି ବୃଦ୍ଧାମାନେ କହନ୍ତି କି, ଏହି ବୟସରେ ଶିକ୍ଷା ଗ୍ରହଣ ପାଇଁ ବି ସେମାନେ ଆଦୌ କୁଣ୍ଠା ପ୍ରକାଶ କରନ୍ତି । କାରଣ ପାରିବାରିକ ସମସ୍ୟା ଓ ଜଞ୍ଜାଳ ଭିତରେ ପାଠ ପଢିବାକୁ ସମୟ ମିଳୁନଥିଲା । ଆଉ ଏବେ ଏଇ ବୟସ ବି ହେଉ ପଛେ ସବୁ ମହିଳା ନିଷ୍ଠା ଓ ଉତ୍ସାହର ସହ ପଢୁଛନ୍ତି । ଅନେକ ତ ଏବେ ସିଗନେଚର କରିବା ବି ଶିଖିଗଲେଣି ।

ସେହିଭଳି ଗ୍ରାମବାସୀ ବିଜଲା ଦେବୀ କହନ୍ତି କି - ପ୍ରଥମେ ଆମେ ନିଜ ନାଁ ଲେଖିବା ଶିଖିଲୁ । ଏବେ ଅ, ଆ, ଇ, ଈ ଶିଖୁଛୁ । ଚେଷ୍ଟା କରୁଛୁ କି ଆମେ ବହୁ ପଢିବା ବି ଶିଖିଯିବୁ ।

ବୃଦ୍ଧା ମହିଳାଙ୍କୁ ଶିକ୍ଷିତ କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ପ୍ରୟାସ କରାଯାଇଛି । ଭଟୱାଡି ବିକାଶଖଣ୍ଡରେ 3 ହଜାର 115 ନିରକ୍ଷର ରହିଛି । ସେମାନଙ୍କ ପାଇଁ ଆରମ୍ଭ ହୋଇଛି ମଡେଲ ସ୍ବାକ୍ଷର ବିକାଶଖଣ୍ଡ ଯୋଜନା ।

ଏ ନେଇ ଜିଲ୍ଲା ଅଧିକାରୀ ମୟୂର ଦୀକ୍ଷିତ କହିଛନ୍ତି କି, ପୂରା ଜନପଦରେ ମଡେଲ ବ୍ଲକ ଭଟୱାଡିକୁ ଆମେ ସମ୍ପୂର୍ଣ୍ଣ ସ୍ବାକ୍ଷର କରିବାକୁ କାମ କରୁଛୁ । 2021 ଜୁନ ଯାଏଁ ଚେଷ୍ଟା ରହିଛି କି ଭଟୱାଡି ବ୍ଲକରେ, ଯେଉଁ ସବୁ ବୃଦ୍ଧ ମହିଳା-ପୁରଷ ଅଛନ୍ତି ସେମାନଙ୍କୁ ମୌଳିକ ଜ୍ଞାନ ଦେବୁ । ଯାହା ଦ୍ବାରା ପୂରା ବ୍ଲକ ସ୍ବାକ୍ଷର ହୋଇପାରିବ । ଶିକ୍ଷା ବିଭାଗ ଦ୍ବାରା ସ୍ବେଚ୍ଛାସେବୀ ମାଧ୍ୟମରେ ଗାଁ- ଗାଁ ବୁଲି ସେମାନଙ୍କୁ ପଢାଇବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ବହିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଉ ସେମାନଙ୍କ ଲେଖିବା ସାମଗ୍ରୀ ମଧ୍ୟ ଆମେ ଯୋଗାଇ ଦେଉଛୁ । ଏଥିରୁ ଭଲ ପ୍ରତିକ୍ରିୟା ମିଳୁଛି । ଲେଖିବା-ପଢିବା ନେଇ ଯେଉଁ ଅନ୍ୟ କାମ ଅଛି ତାକୁ ବି ସହଯୋଗ ମିଳିବ । ରାସନ ହେଉ କି କୃଷି କାର୍ଯ୍ୟ ହେଉ ତାକୁ ନେଇ ଭଲ ସୂଚନା ମିଳିବ ।

ବିନିତା ମଖଲୋଗା କୁହନ୍ତି କି ‘‘ଆମେ କପି ପେନ୍ସିଲ, ଷ୍ଟେସନାରୀ ସମସ୍ତ ଜିନିଷ ଦେଇଛୁ । ଯେବେ ସମସ୍ତ ଗ୍ରାମୀଣ ମହିଳାମାନେ ସେମାନଙ୍କର ନାମ ଶିଖିଲେ, ଏହା ପରେ ସେମାନଙ୍କୁ ପୁସ୍ତକ ଦିଆଯାଇଛି, ଯେଉଁଥିରେ ଏହି ଲୋକମାନେ ଲେଖୁଛନ୍ତି ଏବଂ ପଢୁଛନ୍ତି ।’’

ପରିସଂଖ୍ୟାନ ସୂଚାଉଛି କି 2020ର ସର୍ଭେ ଅନୁସାରେ କେରଳ ପରେ ଦିଲ୍ଲୀ ସ୍ବାକ୍ଷରତା କ୍ଷେତ୍ରରେ ଦ୍ବିତୀୟ ଆଗୁଆ । ଆଉ ଉତ୍ତରାଖଣ୍ଡ 87.6 ପ୍ରତିଶତ ସହ ନମ୍ବର 3ରେ ରହିଛି । ଏଣୁ ପାହାଡିଆ ଅଞ୍ଚଳରେ ପାଠ ପଢାକୁ ପ୍ରୋତ୍ସାହନ ଦେବାକୁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପ ପ୍ରେରଣାର ଉତ୍ସ ନିଶ୍ଚୟ....

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.