ETV Bharat / bharat

ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ତାଲିବାନୀ ନିର୍ଯାତନା; ରଶିରେ ବାନ୍ଧି ଦେଲେ ନିସ୍ତୁକ ମାଡ଼

author img

By ETV Bharat Odisha Team

Published : Dec 17, 2023, 1:40 PM IST

Dalit Man Tortured in MP: ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ଉଚ୍ଚ ଜାତିର ଲୋକଙ୍କୁ ଦେଖି ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ୩ ଘଣ୍ଟା ବାନ୍ଧି ଅଟକ ରଖାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶରେ ଦଳିତ ବୃଦ୍ଧଙ୍କୁ ତାଲିବାନୀ ନିର୍ଯାତନା

ଭୋପାଳ: ନମସ୍କାର ନକରିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । ଉଚ୍ଚଜାତିର ଲୋକଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ଜଣେ ଦଳିତ ବୃଦ୍ଧଙ୍କୁ ତାଲିବାନୀ ନିର୍ଯାତନା ଦିଆଯାଇଛି । ଘରେ ପୁରାଇ ନିସ୍ତୁକ ମାଡ ମରାଯିବା ସହ ହାତଗୋଡ ବାନ୍ଧି ଅଟକ ରଖାଯାଇଛି । ଏଭଳି ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଛତରପୁରରେ । କେବଳ ପୀଡ଼ିତ ବୃଦ୍ଧ ନୁହଁନ୍ତି, ନୀଚ୍ଚ ଜାତିର ବୋଲି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନାନା ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଖଜୁରାଓ ଥାନା ଉଦୟପୁରା ଗାଁରେ ୫୯ ବର୍ଷୀୟ ନାଥୁରାମ ଅହିରୱାରଙ୍କ ଘର । ସେହି ଗାଁରେ ରୁହନ୍ତି ଅଖିଳେଶ ଦୁବେ ଏବଂ ରାମଜୀ ପାଣ୍ଡେ । ନାଥୁରାମ ଦଳିତ ବର୍ଗର ହୋଇଥିବା ବେଳେ ଥରେ ରାସ୍ତାରେ ଯାଉଥିବା ବେଳେ ଅଖିଳେଶ ଓ ରାମଜୀଙ୍କ ସହ ଦେଖା ହୋଇଥିଲା । ସେଠାରେ ନାଥୁରାମ ସେ ଦୁହିଁଙ୍କୁ ହାତ ଯୋଡି ନମସ୍କାର ନକରିବାରୁ ଉଭୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ନାଥୁରାମ କହିଛନ୍ତି, ''ମୁଁ ତେଜରାତି ଦୋକାନକୁ ଯାଇଥିଲି । ସେହି ବାଟରେ ଦୁଇ ଅଭିଯୁକ୍ତଙ୍କ ଘର ପଡ଼େ । ଦୋକାନ ବନ୍ଦ ଥିବାରୁ ମୁଁ ଘରକୁ ଫେରିଆସୁଥିଲି । ଏତିକି ବେଳେ ବାଟରେ ରାମଜୀ ପାଣ୍ଡେ ଏବଂ ଅଖିଳେଶ ଦୁବେ ମୋତେ ଅଟକାଇ ଥିଲେ । ମୋତେ ଗାଳିଗୁଲଜ କରି କହିଥିଲେ, ତୋର ଭାରି ସାହାସ ହୋଇଗଲାଣି, ଆମକୁ ଦେଖି ହାତ ଯୋଡି ନମସ୍କାର କରିବାର ଶିଷ୍ଟାଚାର ତୋର ନାହିଁ । ଏହାପରେ ସେମାନେ ମୋତେ ମାଡ଼ ମାରିବା ସହ ରଶିରେ ବାନ୍ଧି ଦେଇଥିଲେ ଏବଂ ୩ ଘଣ୍ଟା ଧରି ଅଟକ ରଖି ପାଦରେ ବସିବାକୁ ବାଧ୍ୟ କରିଥିଲେ ।''

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ପୀଡିତଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ତାଙ୍କୁ ଗୋଟିଏ ରୁମ୍‌କୁ ନିଆଯାଇ ମାଡ଼ ମରାଯାଇଥିଲା । ଅଭିଯୁକ୍ତମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଖବର ଜଣାପଡ଼ିବା ପରେ ପୀଡ଼ିତ ବୃଦ୍ଧଙ୍କ ପରିବାର ଲୋକେ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ନ୍ୟାୟ ଦାବିରେ ଏସପି ଅଫିସରେ ପହଞ୍ଚିଥିଲେ । ଏହାପରେ ଥାନାରେ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି ।

ପୀଡ଼ିତ ନାଥୁରାମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ହଇରାଣ କରୁଥିଲେ । ଅନେକ ସମୟରେ ଗାଳିଗୁଲଜ କରିବା ସହ ଚପଲ ବାନ୍ଧି ବାହାରକୁ ନଯିବାକୁ ଧମକ ଦେଉଥିଲେ । ସେମାନେ ୧୦୦ ନମ୍ବର ଡାଏଲ କରି ପୋଲିସ ସହ ସମ୍ପର୍କ କରିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଅଟକାଇ ଦେଇଥିଲେ । ତେଣୁ ଭୟରେ ସେମାନେ ଥାନାକୁ ନଯାଇ ସିଧାସଳଖ ଏସ୍‌ପି ଅଫିସରେ ପହଞ୍ଚିଥିଲେ । ଏହାପରେ ଏସ୍‌ପି ଅମିତ ସଙ୍ଗିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଖଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.