ETV Bharat / bharat

ନୈତିକତା ଦୃଷ୍ଟିରୁ ସିନ୍ଦେ ମଧ୍ୟ ମୋ ପରି ଇସ୍ତଫା ଦେବା ଉଚିତ: ଉଦ୍ଧବ - ମହାରାଷ୍ଟ୍ର ବିବାଦ

ଉଦ୍ଧବ କହିଲେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲି । କ୍ଷମତା ପାଇଁ ସିନ୍ଦେ ଗଣତନ୍ତ୍ରକୁୁ ହତ୍ୟା କରିଛନ୍ତି । ସେ ମଧ୍ୟ ତୁରନ୍ତ ଇସ୍ତଫା ଦିଅନ୍ତୁ । ଅଧିକ ପଢନ୍ତୁ

ନୈତିକତା ଦୃଷ୍ଟିରୁ ସିନ୍ଦେ ମଧ୍ୟ ମୋ ପରି ଇସ୍ତାଫା ଦେବା ଉଚିତ: ଉଦ୍ଧବ

author img

By

Published : May 11, 2023, 4:45 PM IST

Updated : May 11, 2023, 4:58 PM IST

ମୁମ୍ବାଇ: ଶିବସେନା ବିଦ୍ରୋହ ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସ୍ଥିତିରେ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ନଦେଇ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହଙ୍ଗା ପଡିଛି । ଆଜି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଏକନାଥ ସିନ୍ଦେ ସରକାରକୁ ଅବୈଧ ଘୋଷଣା କରିବାକୁ ମନା କରିଥିଲେ । ସୁପ୍ରିମ କୋର୍ଟରୁ ଶକ୍ତ ଝଟକା ପାଇବା ପରେ ଉଦ୍ଧବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

  • #WATCH | It doesn't suit Uddhav Thackeray to talk about morality. I want to ask him if had he forgotten his morals when he went with NCP&Congress for CM post.He had not resigned on moral grounds but due to fear after people who were with him left him: Maharashtra Dy CM D Fadnavis pic.twitter.com/OF6pk0Wnyd

    — ANI (@ANI) May 11, 2023 " class="align-text-top noRightClick twitterSection" data=" ">

ସେତେବେଳେ ଇସ୍ତଫା ଦେବା ନୈତିକତା ଦୃଷ୍ଟିରୁ ଉଚିତ ନିଷ୍ପତ୍ତି ଥିଲା, ତେଣୁ ସେ ଇସ୍ତାଫା ଦେବାକୁ ଠିକ ଭାବିଲେ ବୋଲି ଉଦ୍ଧବ କହିଛନ୍ତି । ହେଲେ ସେ ନିଜ ଇସ୍ତଫା ସହ ଏକନାଥ ସିନ୍ଦଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । କହିଛନ୍ତି କ୍ଷମତାକୁ ଆସିବା ପାଇଁ ଏକନାଥ ସିନ୍ଦେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ତେଣୁ ନୈତିକତା ଦୃଷ୍ଟିରୁ ସେ ମଧ୍ୟ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ ।

ଆଜି ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଏକ ପ୍ରେସମିଟ କରିଛନ୍ତି ଉଦ୍ଧବ । କହିଛନ୍ତି, ‘‘ଏକନାଥ ସିନ୍ଦେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ସେ ମଧ୍ୟ ତାଙ୍କ ପରି ତୁରନ୍ତ ଇସ୍ତଫା ଦେଇଦେବା ଉତିତ ।" ଏହି ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି ।ସେହିପରି ସର୍ବୋଚ୍ଚ କୋର୍ଟ ତତ୍କାଳୀନ ରାଜ୍ୟପାଳ ଭଗବତ ସିଂ କୋଶିୟାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟପାଳ ଉଦ୍ଧବ ସରକାରକୁ ସଂଖ୍ୟାବହୁମତ ପ୍ରମାଣ ଦେବା ପାଇଁ ଫ୍ଲୋରଟେଷ୍ଟ ପାଇଁ ଡାକିବାର କୌଣସି ଯଥାର୍ଥ ନଥିଲା । କାରଣ ରାଜ୍ୟପାଳଙ୍କ ନିକଟରେ ମହାବିକାଶ ଅଗାଡି ମେଣ୍ଟ ସରକାର ନିକଟରେ ଆବଶ୍ୟକ ସଂଖ୍ୟା ନଥିବା ନେଇ କୌଣସି ପକ୍ଷ ଅଭିଯୋଗ ମଧ୍ୟ କରିନଥିଲେ ।

ଅନ୍ୟପଟେ ଗୃହରେ ଆସ୍ଥା ଭୋଟର ସାମ୍ନା କରିବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ବିଜେପିକୁ ବୃହତ୍ତମ ଦଳ ଭାବେ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଶିବସେନା ବିଦ୍ରୋହୀ ବିଧାୟକ ବିଜେପି ସହ ମିଶି ସଂଖ୍ୟା ବହୁମତ ପ୍ରମାଣ କରିବା ସହ ସରକାର ଗଠନ କରିଥିଲେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏପରି ସ୍ଥଳେ ଉଦ୍ଧବ ଗୃହରେ ଆସ୍ଥା ଭୋଟର ସାମ୍ନା କରିବା ପୂର୍ବରୁ ଇସ୍ତଫା ଦେଇଥିବା କାରଣରୁ ସିନ୍ଦେ ସରକାର ଗଠନ ହେଲା । ଏହାକୁ ଅବୈଧ ଘୋଷଣା କରିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.