ETV Bharat / bharat

ନାଉବରୀ ଶାଢ଼ିରେ ଦୁର୍ଗମ ପାହାଡ ଚଢିଲେ ୮ ବର୍ଷର ଝିଅ

author img

By

Published : Jan 25, 2023, 9:44 AM IST

କମାଲ କରି ଦେଖାଇଲେ ୮ ବର୍ଷର କୁନି ଝିଅ । ଶାଢ଼ି ପିନ୍ଧି ମହାରାଷ୍ଟ୍ରର ସବୁଠାରୁ ଦୁର୍ଗମ ଜିବଧନ ଦୁର୍ଗ ଉପରକୁ ଚଢି କଲେ ରେକର୍ଡ । ଅଧିକ ପଢନ୍ତୁ

କମାଲ କରି ଦେଖାଇଲେ ୮ ବର୍ଷର କୁନି ଝିଅ
କମାଲ କରି ଦେଖାଇଲେ ୮ ବର୍ଷର କୁନି ଝିଅ

ମୁମ୍ବାଇ: ଆଜିକାଲିର ଇଣ୍ଟରନେଟ ଯୁଗ ସମାଜକୁ ବହୁଳ ଭାବେ ପରିବର୍ତ୍ତନ କରିଛି । ଇଣ୍ଟରନେଟ ଏବଂ ସୋସିଆଲ ମିଡିଆର ବହୁଳ ବ୍ୟବହାର କରାଯାଇଛି । ପିଲାଠାରୁ ଆରମ୍ଭ କରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଦେଖିବାକୁ ମିଳୁଛି । ସେ ଫେସବୁକ ହେଉକି ଟ୍ବିଟର, ୟୁଟ୍ୟୁବ ହେଉ କି ସ୍ନାପ୍‌ଚାଟ ଏପରି ଅନେକ ସୋସିଆଲ ମିଡିଆ ସାଇଟରେ ବ୍ୟସ୍ତ ରହୁଛନ୍ତି । ବିଶେଷ କରି ଛୋଟଛୋଟ ଛୁଆ ମୋବାଇଲ ଫୋନ୍‌ର ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି । ପରିବାର ଲୋକେ ମୋବାଇଲ ଫୋନ ନଦେଲେ କଳିକଜିଆ କରିବା ସହ ଆତ୍ମହତ୍ୟା କରିବାକୁ ପଛାଉ ନାହାଁନ୍ତି । ଆଜିକାଲିର ପିଲାମାନଙ୍କ ହବି ଫୋନ ଧରିବା ଥିବା ବେଳେ ଏପରି ସମୟରେ ମୁମ୍ବାଇର ଜଣେ ୮ ବର୍ଷର କୁନି ଝିଅର କାମ ବେଶ ଚର୍ଚ୍ଚାର ବିଷୟ ପାଲିଟିଛି ।

୮ ବର୍ଷର କୁନି ଝିଅ ଶାଢ଼ି ପିନ୍ଧି ମହାରାଷ୍ଟ୍ରର ସବୁଠାରୁ ଦୁର୍ଗମ ଜୀବଧନ ଦୁର୍ଗ ଉପରକୁ ଚଢିଛନ୍ତି । ମହାରାଷ୍ଟ୍ରର ଥାନାର ଆଠ ବର୍ଷର ଗ୍ରିହିତା ଓ ତାଙ୍କ ଭଉଣୀ ଏବଂ ପିତାଙ୍କ ସହ ଜୀବଧନ ଦୁର୍ଗକୁ ଉପରକୁ ଚଢି ରେକର୍ଡ ସୃଷ୍ଟି କରିଛନ୍ତି । ଗ୍ରିହିଥା ସବୁଠାରୁ କନିଷ୍ଠ ପର୍ବତ ଆରୋହୀ ଭାବେ ରେକର୍ଡ କରି ନିଜର ସ୍ବତନ୍ତ୍ରର ପରିଚୟ ସୃଷ୍ଟି କରିଛନ୍ତି । ଏହାସହ ସେ ମହାରାଷ୍ଟ୍ରର ମାଉଣ୍ଟ ଏଭରେଷ୍ଟ ବେସ୍ କ୍ୟାମ୍ପର ସର୍ବ କନିଷ୍ଠ ସଦସ୍ୟା ଯେ କି ନାଉବରୀ ଶାଢ଼ିରେ ଦୁର୍ଗମ ଜୀବଧନ ଦୁର୍ଗ ଉପରକୁ ଚଢିଛନ୍ତି । ଗ୍ରିହିଥା ଓ ତାଙ୍କ ଭଉଣୀ ହରିଥା ଉଭୟ ନାଉବରୀ ଶାଢ଼ିରେ ୩୮୬୦ ମିଟର ଉଚ୍ଚତାରେ ଜୀବଧନ ଦୁର୍ଗ ଚଢିଛନ୍ତି । ଏହାସହ ଉଭୟ ୧୮ଟି ଟ୍ରାକିଂ ଟୁରରେ ମଧ୍ୟ ଭାଗ ନେଇଛନ୍ତି । ଗ୍ରିହିଥା ତାଙ୍କ ପିତାଙ୍କୁ ଏହି ସଫଳତା ଶ୍ରେୟ ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଗ୍ରିହିତା ଭିଚେର କହିଛନ୍ତି, "ମୁଁ ଏଭରେଷ୍ଟ ବେସ କ୍ୟାମ୍ପରେ ପହଞ୍ଚିବାରେ ସବୁଠାରୁ କନିଷ୍ଠ ମହାରାଷ୍ଟ୍ରିଆନ ଅଟେ । ମୁଁ ପର୍ବତାରୋହଣକୁ ପସନ୍ଦ କରେ । ମୋ ବାପା ମୋତେ ଏବଂ ମୋ ଭଉଣୀ ପର୍ବତାରୋହଣ କୌଶଳ ଶିଖାନ୍ତି।" ଗ୍ରିହିଥା କହିଛନ୍ତି, "ନିକଟରେ ମୁଁ ଏବଂ ମୋର ବଡ଼ ଭଉଣୀ ହରିଥା ନାଉବରୀ ଶାଢ଼ି ପିନ୍ଧି ଜୀବଧନ ଦୁର୍ଗ ଉପରକୁ ଚଢିଥିଲୁ । ଏହା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା । ଗ୍ରିହିଥା ତାଙ୍କ ପିତା ସଚିନ କହିଛନ୍ତି, "ଯେତେବେଳେ ମୁଁ ଟ୍ରେକିଂ କରୁଥିଲି ମୁଁ ମୋର ଦୁଇ ଝିଅଙ୍କୁ ସାଙ୍ଗରେ ଆଣି ଆସୁଥିଲି। ମୁଁ ଲକ୍ଷ୍ୟ କଲି ଯେ ସେମାନେ ଏଥିରେ ଆଗ୍ରହୀ ଥିଲେ ଧୀରେଧୀରେ ସେମାନେ ମୋ ସହ ଟ୍ରେକିଂ କରିବା ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.