ETV Bharat / bharat

ଆଶ୍ଚର୍ଯ୍ୟ ନା ବାଚାଳାମୀ ! ପୁନର୍ଜନ୍ମ ପାଇଥିବା ଦାବି କରୁଛି ନାବାଳକ - ମଣିପୁର ହିଂସା

ଉତ୍ତର ପ୍ରଦେଶରେ ପୁନର୍ଜନ୍ମ ପାଇଥିବା ଦାବି କରୁଛି ନାବାଳକ । ନିଜକୁ କହୁଛି ମୃତ ଅଜାର ପରଜନ୍ମ । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ ନା ମନୋଗଢା ! ପୁନର୍ଜନ୍ମ ପାଇଥିବା ଦାବି କରୁଛି ନାବାଳକ

author img

By

Published : Jun 17, 2023, 10:58 PM IST

ଆଶ୍ଚର୍ଯ୍ୟ ନା ମନୋଗଢା ! ପୁନର୍ଜନ୍ମ ପାଇଥିବା ଦାବି କରୁଛି ନାବାଳକ

ଲକ୍ଷ୍ନୌ: ନିଜର ପୁନର୍ଜନ୍ମର କାହାଣୀ କହୁଛି ନାବାଳକ । ସେ ତାର ପୂର୍ବଜନ୍ମର କଥା ମନେ ପକାଇପାରୁଛି । ଏହା ତାର ସେହି ପରିବାରରେ ପୁନର୍ଜନ୍ମ ହୋଇଛି । ତାର ବର୍ତ୍ତମାନର ସମ୍ପର୍କୀୟମାନେ ମଧ୍ୟ ତାର ପୂର୍ବ ଜନ୍ମରେ ତାର ସମ୍ପର୍କୀୟ ଭାବେ ଥିଲେ । ଏପରିକି ସେ ପୂର୍ବଜନ୍ମରେ ତାର ମୃତ୍ୟୁର କାରଣ ମଧ୍ୟ କହିପାରୁଛି । ହେଲେ ବର୍ତ୍ତମାନ ସମୟରେ ଏହା ଏକ ଅସ୍ବାଭାବିକ ଆଚରଣ କିମ୍ବା କୌଣସି କପଳକଳ୍ପିତ ମନଗଢା ଗପ ପରି ମନେ ହେଉଥିଲେ ସୁଦ୍ଧା ଏପରି ଏକ ଆଶ୍ଚର୍ଯ୍ୟଚକିତ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୌତୁହଳ ବଢିଛି । କେହି କେହି ଏହାକୁ ନାବାଳକର ବାଚାଳାମୀ ବୋଲି ମଧ୍ୟ କହୁଛନ୍ତି । ଏପରି ଏକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି ।

ଉତ୍ତର ପ୍ରଦେଶ ମୈନପୁରୀ ଜିଲ୍ଲାର ଜଣେ ଆଠ ବର୍ଷର ନାବାଳକ ନିଜର ପୁନର୍ଜନ୍ମର କାହାଣୀ କହି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ନାବାଳକଟି ପୂର୍ବଜନ୍ମରେ ନିଜ ତାଙ୍କ ଆଇଙ୍କୁ ତାର ପତ୍ନୀ ଏବଂ ମା’ଙ୍କୁ ତାଙ୍କ ଝିଅ ବୋଲି କହୁଛି । ଏହା ମଧ୍ୟ କହିଛନ୍ତି ଯେ ଉଭୟ ମାମୁଁ ତାର ପୂର୍ବ ଜନ୍ମର ପୁତ୍ର ଥିଲେ ସେହିପରି ସେ ପୂର୍ବଜନ୍ମରେ ତାର ମୃତ୍ୟୁର କାରଣ ମଧ୍ୟ ସେ କହିଥିଲା । ତାର ଏହି ଦାବି ଶୁଣି ଗ୍ରାମରେ ବିଭିନ୍ନ ଚର୍ଚ୍ଚା ପ୍ରକାଶ ପାଉଛି ।

2015 ମସିହା ଜାନୁଆରୀ 9 ତରିଖରେ ସ୍ଥାନୀୟ ରତନପୁରର ମନୋଜ ମିଶ୍ର ତାଙ୍କ କ୍ଷେତକୁ ଜଳସେଚନ କରୁଥିବା ସମୟରେ ବିଷାକ୍ତ ସାପ କାମୁଡାର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ହୋଇଥିଲା । ସେହି ସମୟରେ ତାଙ୍କ ଝିଅ ରଞ୍ଜନା ଗର୍ଭବତୀ ଥିଲେ ।ମନୋଜଙ୍କ ମୃତ୍ୟୁର 20 ଦିନ ପରେ ରଞ୍ଜନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଶିଶୁର ନାମ ଆର୍ଯ୍ୟନ ରଖାଯାଇଥିଲା ।

ତେବେ ଏହି ଶିଶୁ ଏବେ 8 ବର୍ଷର ହୋଇସାରିଥିବା ବେଳେ ନିଜକୁ ନିଜର ଅଜା ମନୋଜ ବୋଲି ଦାବି କରୁଛି । ସେ ମନୋଜଙ୍କ ସମ୍ପର୍କରେ କିଛି କହିବା ସହ ତାଙ୍କର ମୃତ୍ୟୁ ସର୍ପାଘାତରେ ହୋଇଛି ବୋଲି ମଧ୍ୟ କହୁଛି । ପରିବାର ସଦସ୍ୟଙ୍କୁ ମଧ୍ୟ ମନୋଜଙ୍କ ସମ୍ପର୍କ ସହ ବିବେଚନା କରୁଛି । ନାବାଳକର ଏପରି ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ହେଲେ ଏହାକୁ ଅସ୍ବାଭାବିକ ତଥା ମନୋଗଢା ଓ ଭିତ୍ତିହୀନ ଚର୍ଚ୍ଚା ବୋଲି ମଧ୍ୟ ସମାଲୋଚନା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.