ETV Bharat / bharat

ବଣୁଆ ବିଲେଇ ଆକ୍ରମଣରେ 8ମାସର ଶିଶୁପୁତ୍ରର ମୃତ୍ୟୁ, ୫ ଝିଅରେ ଥିଲା ଗୋଟିଏ ଭାଇ - ପ୍ରତାପଗଡ଼ ଜିଲ୍ଲାରେ ଦୁଃଖଦ ଘଟଣା

ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା । ୫ ଝିଅ ପର ଜନ୍ମ ନେଇଥିବା ଶିଶୁପୁତ୍ରଟି ବଣୁଆ ବିଲେଇ ଆକ୍ରମଣରେ ମୃତ୍ୟୁବରଣ କରିଛି (Eight month old died due to wild cat attack) । ଅଧିକ ପଢନ୍ତୁ

ବଣୁଆ ବିଲେଇ ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ, ୫ ଝିଅରେ ଥିଲା ଗୋଟିଏ ଭାଇ

author img

By

Published : Dec 10, 2022, 11:03 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାର ନଗର କୋଟୱାଲୀ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ବଣୁଆ ବିଲେଇଙ୍କ ଆକ୍ରମଣରେ ଗୁରୁବାର ଜଣେ ୮ ମାସର ଶିଶୁର ମୃତ୍ୟୁ ଘଟିଛି (Eight month old died due to wild cat attack)। ହିଂସ୍ର ବିଲେଇ ଶିଶୁ ଶରୀରର ଅନେକ ସ୍ଥାନରେ କାମୁଡ଼ିବା ସହିତ ନଖରେ ଆଘାତ ପହଞ୍ଚାଇଥିଲା । ବିଛଣାରେ ଶିଶୁ ପାଖରେ ଶୋଇଥିବା ମାଆକୁ ମଧ୍ୟ ବିଲେଇ ଆକ୍ରମଣ କରିଥିବା ବେଳେ ମାଆଙ୍କ ଚିତ୍କାରରେ ବିଲେଇ ପଳାଇଥିଲା ।

୫ ଝିଅରେ ଗୋଟିଏ ପୁଅ ଥିଲା ମୃତ ଶିଶୁ:-

ନଗର କୋଟୱାଲୀର ମହୁଲିର ବାସିନ୍ଦା ଅଜୟ ଗୌର ରାଜସ୍ଥାନରେ ଶ୍ରମିକ ଭାବରେ କାମ କରି ଗୁଜୁରାଣ ମେଣ୍ଟାନ୍ତି । ପାଞ୍ଚ ଝିଅ ପରେ ତାଙ୍କ ପତ୍ନୀ ଉମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରିବାର ସଦସ୍ୟମାନେ ଏକମାତ୍ର ପୁଅକୁ ସ୍ନେହରେ ଲାଳନ ପାଳନ କରୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଉମା ତାଙ୍କ ୮ ମାସର ପୁଅ ରାଜଙ୍କ ସହ ଏକ କୋଠରୀରେ ଶୋଇଥିଲେ। ରାତିରେ ଏକ ଜଙ୍ଗଲୀ ବିଲେଇ କାନ୍ଥର ଝରକା ଦେଇ ପ୍ରବେଶ କରିଥିଲା । ଉମା ଗଭୀର ନିଦ୍ରାରେ ଶୋଇଥିବା ବେଳେ ବିଲେଇ ଶିଶୁପୁତ୍ର ରାଜକୁ ଆକ୍ରମଣ କରି କାମୁଡିଥିଲା। ଏହି ସମୟରେ ହିଂସ୍ର ବଣୁଆ ବିଲେଇ ଉମା ଉପରେ ମଧ୍ୟ ଆକ୍ରମଣ କରିଥିଲା ଯେଉଁଥିପାଇଁ ନିଦରି ଉଠିଯାଇଥିଲେ।

ଯେତେବେଳେ ସେ ଚିତ୍କାର କରିଥିଲେ ସେତେବେଳେ ବିଲେଇ ପଳାଇଲା, କିନ୍ତୁ ସେ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେ ନିରୀହ ଶିଶୁ ରାଜକୁ ଦେଖିବା ମାତ୍ରେ ଚିତ୍କାର କରିଥିଲେ। ପରିବାର ସଦସ୍ୟ କୋଠରୀରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରହିଥିଲା । ଆଖପାଖର ଲୋକମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତରଖାନା ଯିବା ପୂର୍ବରୁ ୮ ମାସର ଶିଶୁ ରାଜର ଦୁଃଖଦାୟକ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.