ETV Bharat / bharat

କନେକ୍ଟିଂ ଫ୍ଲାଇଟରେ ମାତ୍ର 8 ଯାତ୍ରୀ ଥିବାରୁ ଓହ୍ଲାଇ ଦେଲେ ଇଣ୍ଡିଗୋ !

author img

By ETV Bharat Odisha Team

Published : Nov 22, 2023, 6:28 AM IST

କନେକ୍ଟିଂ ଫ୍ଲାଇଟରେ ବୋର୍ଡ କରିପାରିଲେନି 8 ଯାତ୍ରୀ । ଏୟାରଲାଇନ୍ସ କହିଲା ସମୟର ବିଳମ୍ବ କାରଣରୁ ସମସ୍ଯା । ଯାତ୍ରୀ ଆଣିଲେ ଭିନ୍ନ ଅଭିଯୋଗ । ଅଧିକ ପଢ଼ନ୍ତୁ

କନେକ୍ଟିଂ ଫ୍ଲାଇଟରେ ବୋର୍ଡ କରିପାରିଲେନି 8 ଯାତ୍ରୀ: ଏୟାରଲାଇନ୍ସ କହିଲା ସମୟର ବିଳମ୍ବ, ଯାତ୍ରୀ ଆଣିଲେ ଭିନ୍ନ ଅଭିଯୋଗ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ସେବା ଓ ଅନ୍ୟ ସମ୍ପର୍କିତ କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି ଏୟାର ଲାଇନ୍ସ । ତେବେ ଏକ ଭିନ୍ନ କାରଣରୁ ପାଇଁ ଚର୍ଚ୍ଚା ଓ ବିବାଦକୁ ଆସିଛି ଦେଶର ବଜେଟ ଏୟାରଲାଇନ୍ସ ଇଣ୍ଡିଗୋ । ଏକ କନେକ୍ଟିଂ ଫ୍ଲାଇଟ୍‌ରେ ମାତ୍ର 8 ଜଣ ଯାତ୍ରୀ ଥିବା କାରଣରୁ ବିମାନ କମ୍ପାନୀ ଛଳନା କରି ପ୍ରଥମ ହଲ୍ଟରେ ଯାତ୍ରୀଙ୍କୁ ଓହ୍ଲାଇଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି । ପଞ୍ଜାବରୁ ଭାୟା ବେଙ୍ଗାଲୁରୁ ହୋଇ ଚେନ୍ନାଇ ଯିବାକୁ ଥିବା ଇଣ୍ଡିଗୋ କମ ଯାତ୍ରୀ କାରଣରୁ 8 ଯାତ୍ରୀଙ୍କୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ଦେଇଥିବା ଓ ଅନ୍ୟ କାରଣ ଦର୍ଶାଇ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିନଥିବା ଅଭିଯୋଗ ହୋଇଛି । ମାତ୍ର ଏହାକୁ ଏୟାରଲାଇନ୍ସ ଖଣ୍ଡନ କରିବା ସହ ସମୟ ବିଳମ୍ବ କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ସଫେଇ ଦେଇଛି । ସମନ୍ବୟ ଅଭାବରୁ ଏହି ଅବ୍ଯବସ୍ଥା ପାଇଁ ସଂସ୍ଥା କ୍ଷମା ମଧ୍ୟ ପ୍ରାର୍ଥନା କରିଛି ।

ସୂଚନା ଅନୁସାରେ, ଘଟଣାଟି(ରବିବାର, 19 ତାରିଖ) । ଇଣ୍ଡିଗୋ ଏୟାରଲାଇନ୍ସର 6E 478 ବିମାନ ଅମୃତସରରୁ ଭାୟା ବେଙ୍ଗାଲୁରୁ ହୋଇ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ପ୍ରଥମ ହଲ୍ଟ ବେଙ୍ଗାଲୁରୁରେ ବିମାନ ଅବତରଣ ପରେ କିଛି ଯାତ୍ରୀ ଓହ୍ଲାଇଥିଲେ । ଆଉ 8 ଜଣ ଯାତ୍ରୀ ଚେନ୍ନାଇ ଯିବାର ଥିଲା । ମାତ୍ର ସେମାନଙ୍କୁ ମଧ୍ୟ କୌଣସି କାରଣ ଦର୍ଶାଇ ଓହ୍ଲାଇବାକୁ କହିଥିଲେ କ୍ର୍ୟୁ' ସଦସ୍ୟ । ଏହା ପରେ ବିମାନଟି ଚେନ୍ନାଇ ଅଭିମୁଖେ ଉଡାଣ ଭରିବ ନାହିଁ ଓ ଏହି 8 ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଚେନ୍ନାଇ ପଠାଇବାକୁ ଇଣ୍ଡିଗୋ କର୍ତ୍ତୃପକ୍ଷ କହିଥିଲେ । ଏହାପରେ ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ, ମାତ୍ର 8 ଜଣ ଯାତ୍ରୀ ଥିବାରୁ ବିମାନ ସଂସ୍ଥା ଏପରି ଛଳନା କରି ସେମାନଙ୍କୁ ଡିବୋର୍ଡ କରିଛି ।

ଏହା ମଧ୍ୟ ପଢନ୍ତୁ :- ସଠିକ ଆକାର ପାଇବା ପୂର୍ବରୁ ଗଭୀର ହେଉଛି ‘ଇଣ୍ଡିଆ’ ମେଣ୍ଟରେ ଫାଟ ! କଂଗ୍ରେସକୁ ଦାୟୀ କଲେ ସହଯୋଗୀ ଦଳ

ତେବେ ଏସମସ୍ତ ଅଭିଯୋଗକୁ ଇଣ୍ଡିଗୋ ଖଣ୍ଡନ କରିବା ସହ କହିଛି, ସମୟ ବିଳମ୍ବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଅମୃତସରରୁ ଆସୁଥିବା ବିମାନ ବିଳମ୍ବରେ ବେଙ୍ଗାଲୁରୁରେ ଅବତରଣ କରିଥିଲା । ତେଣୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଅବବ୍ୟବସ୍ଥା ପାଇଁ ସଂସ୍ଥା କ୍ଷମା ପ୍ରାର୍ଥନା ମଧ୍ୟ କରିଛି । ଯାତ୍ରୀଙ୍କ ଅଭିଯୋଗକୁ ସ୍ବୀକାର କରିନି ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.