ETV Bharat / bharat

ରେମଡେସିଭିର ବଦଳରେ ରୋଗୀଙ୍କୁ ସାଲାଇନ ପାଣି, 8 ଗିରଫ

author img

By

Published : Apr 25, 2021, 11:36 AM IST

ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ ରେମଡେସିଭିରକୁ 25ହଜାର ଟଙ୍କାରେ ବିକ୍ରି କରିବା ସହିତ କୋରୋନା ରୋଗୀଙ୍କୁ ସାଲାଇନ ପାଣି ଦେବା ଘଟଣାରେ 8 ଗିରଫ । ଅଧିକ ପଢନ୍ତୁ...

ରେମଡେସିଭିର ଇନଜେକ୍ସନ ବଦଳରେ ରୋଗୀଙ୍କୁ ସାଲାଇନ ପାଣି

ଲକ୍ଷ୍ନୌ: ରେମଡେସିଭିର ଇନଜେକ୍ସନରେ ସାଲାଇନ ୱାଟର । କୋରୋନା ମେଡିସନ ରେମଡେସିଭି ଇନଜେକ୍ସନ ବଦଳରେ ଜଣେ କୋରୋନା ରୋଗୀଙ୍କୁ ସାଲାଇନ ପାଣି ଦେବାରୁ ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ 8ଜଣଙ୍କୁ ଗିରଫ କରିଛି । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ ।

ସୂଚନାଅନୁସାରେ ଗାଜିଆବାଦର ଶୋଭିତ ଜୈନ ନାମକ ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତର ତାଙ୍କୁ ଇନଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ରେମଡେସିଭିର ଇନଜେକ୍ସନ ଦେଇଥିଲେ ମାତ୍ର ସେଥିରେ ଡିସିଲ୍ଡ ୱାଟର ରହିଥିବା ପରିବାର ଲୋକେ କହିଛନ୍ତି । ସେପଟେ ଏହି ଅପରାଧକୁ ସ୍ବୀକାର କରିଛନ୍ତି ଦୁଇ ୱାର୍ଡ ବୟ ।

ପୋଲିସର ସୂଚନାଅନୁସାରେ, ହସ୍ପିଟାଲ କର୍ମଚାରୀମାନେ ରେମଡେସିଭିରକୁ 25ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଏହି ଘଟଣାରେ ପୋଲିସ ହସ୍ପିଟାଲର ଟ୍ରଷ୍ଟି ଅତୁଲ ଭଟ୍ଟନାଗର ଓ ତାଙ୍କ ପୁଅଙ୍କ ସମେତ 10ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.