ଗୌହାଟୀ: ଆସାମରେ ବର୍ଷା କମିଛି କିନ୍ତୁ ଥମିନି ବନ୍ୟା ଦୁର୍ଦ୍ଦଶା । ଗତ 24 ଘଣ୍ଟା ମଧ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି । ବନ୍ୟାରେ 141 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୂସ୍ଖଳନରେ 18 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ରାଜ୍ୟର 25ଟି ଜିଲ୍ଲାରେ 2,608 ଗାଁର ପ୍ରାୟ 30 ଲକ୍ଷ ଲୋକ ବନ୍ୟା ପ୍ରଭାବିତ ଅଛନ୍ତି । ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ (ASDMA) ତରଫରୁ ଏନେଇ ସୂଚନା ପ୍ରଦାନ କରାଯାଇଛି ।
କାଚର ଜିଲ୍ଲାରେ ସର୍ବାଧିକ 14.32 ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ନାଗାଓଁରେ ପ୍ରାୟ 5.20 ଲକ୍ଷ ପ୍ରଭାବିତ ହେଉଛନ୍ତି ଏବଂ ବାରପେଟାରେ ଚାରି ଲକ୍ଷରୁ ଅଧିକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି । ପ୍ରାୟ ୨୨ଟି ଜିଲ୍ଲାର ବନ୍ୟା ପ୍ରଭାବିତଙ୍କ ପାଇଁ 551 ରିଲିଫ୍ କ୍ୟାମ୍ପରେ ରହିଥିବା ବେଳେ 3.05 ଲକ୍ଷରୁ ଅଧିକ ଲୋକ ଏବେ ବି ଅସୁବିଧାରେ ରହିଛନ୍ତି । ୮୦,୩୪୬ ହେକ୍ଟରରୁ ଅଧିକ କୃଷି ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି ।