ETV Bharat / bharat

ପେଗାସସ ମାମଲା: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲା Editors Guild

ମିଡିଆ ରିପୋର୍ଟରେ ଜାସୁସିକାଣ୍ଡର ଖୁଲାସାପରେ ସରକରାଙ୍କ ବିରୋଧରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ । ଏହାରି ମଧ୍ୟରେ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏଡିଟର ଗିଲ୍‌ଡ ଅଫ୍ ଇଣ୍ଡିଆ । ଅଧିକ ପଢନ୍ତୁ...

ପେଗାସସ ମାମଲା: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କଲା Editors Guild

author img

By

Published : Jul 21, 2021, 9:37 PM IST

ନୂଆଦିଲ୍ଲୀ: ଭାରତରେ ପେଗାସସର ଝଡ । ଉଠୁଛି ପଡୁଛି ସଂସଦ । ମିଡିଆ ରିପୋର୍ଟରେ ଜାସୁସିକାଣ୍ଡର ଖୁଲାସାପରେ ସରକରାଙ୍କ ବିରୋଧରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ । ଏହାରି ମଧ୍ୟରେ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏଡିଟର ଗିଲ୍‌ଡ ଅଫ୍ ଇଣ୍ଡିଆ (Editors Guild) । ଏହାସହ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛି ଏଡିଟର ଗିଲ୍‌ଡ ।

ପେଗାସସ ସ୍ପାଏୱେୟାର ବ୍ୟବହାର କରି ସାମ୍ବାଦିକ ତଥା ରାଜନେତାଙ୍କ ଉପରେ ନଜର ରଖାଯିବା ନେଇ ଗଣମାଧ୍ୟମର ରିପୋର୍ଟ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରି ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ ବୁଧବାର ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ଦାବି କରିଛି। ଗିଲ୍‌ଡ ନିଜ ଟ୍ବିଟର ଆକାଉଣ୍ଟରେ ବିଜ୍ଞପ୍ତି ଜାରି କରି ଲେଖିଛି, ସରକାରୀ ଏଜେନ୍ସି, ସାମ୍ବାଦିକ, ସମାଜିକ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ଏବଂ ରାଜନେତାଙ୍କ ଉପରେ ଇସ୍ରାଏଲ୍ ସଫ୍ଟୱେୟାର କମ୍ପାନୀ NSO ଦ୍ବାରା ନିର୍ମିତ ତଥା ବିକଶିତ ହୋଇଥିବା ଏକ ହ୍ୟାକିଂ ସଫ୍ଟୱେୟାର ବ୍ୟବହାର କରି କରାଯାଇଥିବା ସର୍ଭିଲାନ୍ସ ଉପରେ ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ (ଇଜି) ଆଶ୍ଚର୍ଯ୍ୟ ହୋଇଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ କିଛି ଦିନ ମଧ୍ୟରେ ବିଶ୍ବବ୍ୟାପୀ 17 ଟି ରିପୋର୍ଟରେ ବିଶ୍ବରର ଏକାଧିକ ସରକରାଙ୍କ ଦ୍ବାରା ସର୍ଭିଲାନ୍ସ ଆଡକୁ ଦିଶାନିର୍ଦ୍ଦେଶ କରୁଛି । EGI ବିବୃତ୍ତିରେ କୁହାଯାଇଛି ଯେ ଯେହେତୁ NSO ଦାବି କରିଛି କି ଏହା କେବଳ ଇସ୍ରାଏଲ ସରକାରଙ୍କ ଦ୍ବାରା ସରକାରୀ ଗ୍ରାହକଙ୍କୁ ଏହି ସଫ୍ଟୱେର୍ ବିକ୍ରୟ କରୁଛି, ତେଣୁ ଏହା ଭାରତୀୟ ସରକାରୀ ଏଜେନ୍ସିଗୁଡିକର ଭାଗିଦାରୀ ଉପରେ ସନ୍ଦେହ ସୃଷ୍ଟି କରୁଛି ।

ତଥାକଥିତ ରିପୋର୍ଟ ଅନୁଯାୟୀ, ଇସ୍ରାଏଲସ୍ଥିତ ଏକ ଏନଜିଓ ସଂସ୍ଥା, ମୋବାଇଲ ଫୋନ ସ୍ପାଏ ଓ୍ବାର ପେଗାସସ ଜରିଆରେ ଭାରତରେ ବେଆଇନ ସର୍ଭିଲାନ୍ସ କରୁଥିବା ଅଭିଯୋଗ ହୋଇଛି । NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର । NSO ହେଉଛି ସଫ୍ଟୱେୟାର ତିଆରିକରୁଥିବା ଇସ୍ରାଏଲର ଏକ କମ୍ପାନୀ । ପେଗାସସ ସଫ୍ଟୱେୟାରକୁ ମଧ୍ୟ ଏହି କମ୍ପାନୀ ତିଆରି କରିଛି ।

ପେଗାସସ ସାହାଯ୍ୟରେ ଦେଶର ବଡବଡ ସାମ୍ବାଦିକ, ନେତାମନ୍ତ୍ରୀ, ବିଚାରପତିଙ୍କ ଜାସୁସି ହୋଇଥିବା ରିପୋର୍ଟରେ କରାଯାଉଛି ଦାବି । ତେବେ ରାହୁଲ ଗାନ୍ଧୀଙ୍କ ଫୋନ ଟ୍ୟାପିଂ ହେବା ସହ ତାଙ୍କୁ ନିକଟତର ସମ୍ପର୍କୀୟଙ୍କ ଫୋନ ମଧ୍ୟ ହ୍ୟାକ କରାଯାଇଥିବା ହୋଇଛି ଅଭିଯୋଗ । ଏପଟେ ଏହି ମାମଲାର ଯାଞ୍ଚ କରିବ ଫ୍ରାନ୍ସ । ଏନେଇ ଗଠନ ହୋଇସାରିଛି ଯାଞ୍ଚ କମିଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.