ETV Bharat / bharat

EDକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଅର୍ପିତାଙ୍କ ବ୍ୟାଙ୍କ ଖାତାରୁ ହୋଇଛି ୮ କୋଟି ନେଣ ଦେଣ

author img

By

Published : Jul 31, 2022, 6:21 PM IST

ପଶ୍ଚିମବଙ୍ଗ ଶିକ୍ଷକ ନଯୁକ୍ତି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କ ଠାରୁ EDକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜେରା ବେଳେ ଅର୍ପିତାଙ୍କ ୮ଟି ବ୍ୟାଙ୍କ ଖାତାରୁ ୮କୋଟି ଟଙ୍କା ନେଣଦେଣ ହୋଇଥିବା ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ

EDକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଅର୍ପିତାଙ୍କ ୮ ବ୍ୟାଙ୍କ ଖାତାରୁ ହୋଇଛି ୮ କୋଟି ନେଣଦେଣ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନଯୁକ୍ତି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କଠାରୁ EDକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜେରା ବେଳେ ଅର୍ପିତାଙ୍କ ୮ଟି ବ୍ୟାଙ୍କ ଖାତାରୁ ୮କୋଟି ଟଙ୍କା ନେଣଦେଣ ହୋଇଥିବା ଜଣା ପଡ଼ିଛି । ଏହି ବ୍ୟାଙ୍କ ଖାତା ଗୁଡ଼ିକୁ ବର୍ତ୍ତମାନ ପାଇଁ ଅଚଳ କରାଯାଇଛି ।

ଏହିସବୁ ଖାତାରେ କିଏ ଟଙ୍କା ଜମା କରୁଥିଲେ । ଏହାକୁ କିଭଳି ଭାବରେ ବ୍ୟବହାର କରାଯାଉଥିଲା ତାହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତନାଘନା କରିବ । ଏହାକୁ ନେଇ ଇଡିର ଜଣେ ଅଧିକାରୀ କହିଛନ୍ତି ଯେ, "ଅଗଷ୍ଟ ୩ ତାରିଖ ଯାଏଁ ଅର୍ପିତା ଓ ପାର୍ଥ ଚାଟାର୍ଜୀଙ୍କୁ ଜେରା କରାଯିବ । ଜେରା ଶେଷ ହେବା ପରେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟର ଫୋରେନ୍ସିକ୍‌ ଅଡିଟ୍‌ ମଧ୍ୟ କରାଯାଇପାରେ ।"

ସେପଟେ ଏହାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ତାଙ୍କ ପାଖରେ କୌଣସି ଟଙ୍କା ନାହିଁ । ସମୟ ଆସିଲେ ଟଙ୍କା କାହାର କହିବେ ବୋଲି କହିଛନ୍ତି । ରବିବାର ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଦକ୍ଷିଣ କୋଲକାତାର ଜୋକା ଇଏସ୍‌ଆଇ ହସ୍ପିଟାଲ୍‌କୁ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.