ETV Bharat / bharat

ଆସନ୍ତାକାଲି 5ମ ଥର ପାଇଁ ED ରେ ହାଜର ହେବେ ରାହୁଲ - ରାହୁଲ ଗାନ୍ଧୀଙ୍କୁ ଜେରା

ଆସନ୍ତାକାଲି 5ମ ଥର ପାଇଁ ED ରେ ହାଜର ହେବେ କଂଗ୍ରେସ ନେତା ରାହୁଲ । ଅଧିକ ପଢନ୍ତୁ

ଆସନ୍ତାକାଲି 5ମ ଥର ପାଇଁ ED ରେ ହାଜର ହେବେ ରାହୁଲ

author img

By

Published : Jun 20, 2022, 11:00 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜୁନ୍ 21 (ଆସନ୍ତାକାଲି)ରେ ପଞ୍ଚମ ଦିନରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ମାରାଥନ ଜେରା ରଖିଛି ସଂସ୍ଥା । ମାଆ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ 3 ଦିନ ଜେରାରୁ ବିରାମ ଚାହିଁଥିଲେ ରାହୁଲ । ତେବେ ଅନୁରୋଧ ମୁତାବକ ରାହୁଲଙ୍କୁ 3 ଦିନର ଆଶ୍ବସ୍ତି ମଧ୍ୟ ସଂସ୍ଥା ପକ୍ଷରୁୁ ପ୍ରଦାନ କରାଯାଇଥିଲା । 3 ଦିନର ବ୍ୟବଧାନ ପରେ ଆଜି ରାହୁଲଙ୍କୁ ଜେରା କରାଯିବା ପରେ ଆସନ୍ତାକାଲି ମଧ୍ୟ ଜେରା ପାଇଁ ଡାକିଛି ସଂସ୍ଥା ।

ଆସନ୍ତାକାଲି 5ମ ଥର ପାଇଁ ED ରେ ହାଜର ହେବେ ରାହୁଲ
ଆସନ୍ତାକାଲି 5ମ ଥର ପାଇଁ ED ରେ ହାଜର ହେବେ ରାହୁଲ

ପ୍ରଥମ ଥର ପାଇଁ ଚଳିତମାସ 13 ତାରିଖରେ ପ୍ରଥମେ ରାହୁଲ ହାଜର ହୋଇଥିଲେ । ପରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ କ୍ରମାଗତ 4 ଦିନ ପାଇଁ ଜେରା କରାଯାଇଥିଲା । ଯାହାକୁ କଂଗ୍ରେସ ରାଜନୈତିକ ଆକ୍ରୋଷ ଦର୍ଶାଇ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.