ETV Bharat / bharat

WB coal scam case: ଦକ୍ଷିଣ କୋଲକାତା DCPଙ୍କୁ ED ସମନ - କୋଲକାତା ପୋଲିସକୁ ଇଡି ସମନ

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଇଡି ତଦନ୍ତ ପରିସରରେ ଦକ୍ଷିଣ କୋଲକାତା DCP । ହାଜର ହେବା ପାଇଁ ସମନ ଜାରି କଲା କେନ୍ଦ୍ରୀୟ ସଂସ୍ଥା (ED summons Kolkata Police DCP in coal scam case )। ଅଧିକ ପଢନ୍ତୁ

WB coal scam case : ଦକ୍ଷିଣ କୋଲକାତା DCP ଙ୍କୁ ED ସମନ

author img

By

Published : Sep 26, 2022, 11:03 AM IST

କୋଲକାତା: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ କୋଲକାତା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଜେରା କରିବ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆଜି ଏହି ଘଟଣାରେ କୋଲକାତା ଦକ୍ଷିଣ ଜୋନର ଡେପୁଟି କମିଶନର ଆକାଶ ମାଗରିଆଙ୍କୁ ସମନ କରିଛି ସଂସ୍ଥା (ED summons Kolkata Police DCP in coal scam case )। ଘୋଟାଲା ହୋଇଥିବା ଜିଲ୍ଲାରେ ଅଧିକ୍ଷକ ଭାବେ ଦାୟିତ୍ବରେ ଥିବା ବେଳେ କାର୍ଯ୍ୟରେ ଅବହେଳା କରିଥିବା ଓ କୋଇଲା ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗରେ ତାଙ୍କୁ ତଦନ୍ତ ପରିସରକୁ ଆଣିଛି ତଦନ୍ତକାରୀ ସଂସ୍ଥା । ଡିସିପି ଆକାଶ କୋଲକାତା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ।

ତଦନ୍ତକାରୀ ସଂସ୍ଥା ଇଡି ସୂତ୍ରରୁ ପ୍ରକାଶ ଯେ, ପୋଲିସ ଅଧିକାରୀ ମାଗରିଆ ପୁରୁଲିଆ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିଲେ (ED summons Kolkata Police )। କୋଇଲା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଅନୁପ ମଞ୍ଜି ଓରଫ ଲାଲା ମଧ୍ୟ ଉକ୍ତ ଜିଲ୍ଲାର ବାସିନ୍ଦା । ତେବେ ଜଣେ ପୋଲିସ ଅଧିକାରୀ ଭାବେ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିବା ଓ କୋଇଲା ମାଫିଆଙ୍କ ସହ ତାଙ୍କର ଲିଙ୍କ ଥିବା ଇଡି ପ୍ରାଥମିକ ଭାବେ ସୂଚନା ପାଇଛି ।

ତେଣୁ ତାଙ୍କୁ ଜେରା ପାଇଁ ସମନ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ମଧ୍ୟ ଏହି ହାଇପ୍ରୋଫାଇଲ ଘୋଟାଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ପତ୍ନୀଙ୍କୁ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ବହୁତର୍ଚ୍ଚିତ ଘଟଣାରେ ବହୁ ଅଧିକାରୀ ଓ ରାଜନେତା ମଧ୍ୟ ଇଡି ସ୍କାନରରେ ରହିଛନ୍ତି । ଏହାକୁ ବିଜେପିର ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଟିଏମସି କହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.