ETV Bharat / bharat

କେରଳ ସୁନା ଚୋରା ଚାଲାଣ ମାମଲା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ଇଡି

author img

By

Published : Dec 24, 2020, 10:46 AM IST

କେରଳରେ ଚୋରା ସୁନା ଚାଲାଣ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସଫଳତା । ଗିରଫ ତିନି ଜଣଙ୍କଠାରୁ 1କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ଇଡି ।

କେରଳ ସୁନା ଚୋରା ଚାଲାଣ ମାମଲା
କେରଳ ସୁନା ଚୋରା ଚାଲାଣ ମାମଲା

ଥିରୁଅନନ୍ତପୁରମ: ଦିନକୁ ବଢୁଛି ବେଆଇନ ସୁନା ଚାଲାଣ କାରବାର । କେରଳରେ ଚୋରା ସୁନା ଚାଲାଣ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସଫଳତା ମିଳିଛି । ଅଭିଯୁକ୍ତ ପାଖରୁ 1କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।

ସୂଚନାଅନୁସାରେ, କିଛି ଦିନ ତଳେ କେରଳ ବିମାନ ବନ୍ଦରରୁ ଚୋରା ସୁନା ଚାଲାଣ ଅଭିଯୋଗ ସ୍ବପ୍ନା ସୁରେଶ,ସରିଥ ପିଏସ୍ ଏବଂ ସନ୍ଦୀପ ନାୟାର ନାମକ ବ୍ୟକ୍ତିକୁ ଗିରଫ କରିଥିଲା କେରଳ ପୋଲିସ । ଘଟଣାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କରାଯାଇଥିଲା । ଗୁରୁବାର ଅଭିଯୁକ୍ତକୁ ଇଡିର ଜେରା କରିବା ପରେ ତାଙ୍କ ପାଖରୁ 1 କୋଟି 85ଲକ୍ଷ ଟଙ୍କା ଜବତ ହୋଇଛି ।

ଅନ୍ୟପଟେ ଜୁଲାଇ 15 ତାରିଖରେ ଥିରୁଅନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ୍ କନସାଇମେଣ୍ଟରେ 30 କିଲୋ ସୁନା ଆସିଥିଲା। ଯାହାର ଆନୁମାନିକ ମୂଲ୍ୟ 14.82 କୋଟି ଟଙ୍କା ବୋଲି ଜଣାପଡିଛି। ଏହି ଘଟଣା ସୁନା କାରବାର କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା । ଏ ଘଟଣା ନେଇ କେରଳ ସରକାରଙ୍କ ପୂର୍ବତନ ସଚିବ ଏମ ଶିବଶଙ୍କରଙ୍କୁ ଗିରଫ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.