ETV Bharat / bharat

Land for Job Scam: ୨୪ ସ୍ଥାନରେ ରେଡ୍, ଲାଲୁଙ୍କ ପରିବାର ପାଖରୁ ୧କୋଟି ନଗଦ ଟଙ୍କା ଜବତ, ନୀତିଶ କହିଲେ ମୁଁ କଣ କହିବି

author img

By

Published : Mar 11, 2023, 9:43 PM IST

ଜମି ବଦଳରେ ଚାକିରି ଦୁର୍ନୀତିରେ ଲାଲୁଙ୍କ ପରିବାରର ବିଭିନ୍ନ ସ୍ଥାନରେ ଇଡିର ରେଡ । ଏହି ଚଢାଉ ସମୟରେ ୧ କୋଟି ନଗଦ ଟଙ୍କା ସହ ବହୁ ମୂଲ୍ୟବାନ ଅଳଙ୍କାର ଜବତ ହୋଇଛି । ଅଧିକ ପଢନ୍ତୁ

Land for Job Scam
Land for Job Scam

ପାଟନା: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲଗାତାର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସିବିଆଇ ଓ ଇଡି । ଗୋଟିଏ ପଟେ ସିବିଆଇ ପଚରାଉଚରା କରି ପ୍ରମାଣ ସଂଗ୍ରହ ଲାଗି ଉଦ୍ୟମ କରୁଥିବା ବେଳେ ସେପଟେ ଇଡିର ଅଧିକାରୀ ବ୍ୟୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାରେ ଲାଗିଛି । ଏହାରି ଭିତରେ ଅଣନିଶ୍ବାସୀ ହୋଇପଡ଼ିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର । ଇଡି ରେଡ୍‌ ବେଳେ ଲାଲୁଙ୍କ ପରିବାର ନିକଟରୁ ପ୍ରାୟ ୧ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ୬୦୦ କୋଟି ଟଙ୍କା ଲେଣଦେଣ ହୋଇଥିବାର ପ୍ରମାଣ ମିଳିଛି ।

ଶୁକ୍ରବାର ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା ଇଡି । ତେବେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଲାଲୁଙ୍କ ପରିବାରର ୨୪ଟି ଠିକଣାରେ ଦୀର୍ଘ ୧୨ ଘଣ୍ଟା ଧରି ରେଡ କରାଯାଇଥିଲା । ତଦନ୍ତ ବେଳେ ପ୍ରାୟ ୧ କୋଟି ନଗଦ ଟଙ୍କା ସମେତ ଅନେକ ମୂଲ୍ୟବାନ ପଦାର୍ଥରେ ନିର୍ମିତ ଅଳଙ୍କାରକୁ ଜବତ କରିଛି ଇଡି । ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ପ୍ରାୟ ୬୦୦ କୋଟି ଟଙ୍କାର ବେଆଇନ ଭାବେ ଲେଣଦେଣ ହୋଇଛି ବୋଲି କହିଛି ଇଡି । ଲାଲୁଙ୍କ ପରିବାର ଓ ସହଯୋଗୀମାନେ ବିଭିନ୍ନ ସଂସ୍ଥାରେ କରିଥିବା ନିବେଶ ନେଇ ଯାଞ୍ଚ ଚାଲିଥିଲା । ଏଥିରୁ ଏହି ଠକେଇ ସମ୍ପର୍କରେ ଜଣାପଡ଼ିଛି ।

  • ED conducted searches at 24 locations in the Railways Land for Job Scam, resulting in recovery of unaccounted cash of Rs 1 Crore, foreign currency including US$ 1900, 540 gms gold bullion and more than 1.5 kg of gold jewellery.

    — ED (@dir_ed) March 11, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ଘନିଷ୍ଠ ବ୍ୟକ୍ତି, ପରିବାର ଓ ସହଯୋଗୀଙ୍କ ଘର ଉପରେ ରେଡ କରିଥିଲା । ଏହି ସମୟରେ ୧ କୋଟି ନଗଦ ଟଙ୍କା ଜବତ ହୋଇଥିଲା । ଏହାସହିତ ପ୍ରାୟ ୧୯୦୦ ଆମେରିକୀୟ ଡଲାର ମଧ୍ୟ ପୋଲିସ ଜବତ କରିଛି । ଖାଲି ସେତିକି ନୁହେଁ ୫୪୦ ଗ୍ରାମ ସୁନାର ବିସ୍କୁଟ, ଦେଢ କେଜି ଓଜନର ସୁନା ଅଳଙ୍କାର ଜବତ ହୋଇଛି । ଏହି ମୂଲ୍ୟବାନ ପଦାର୍ଥ ଓ ଅଳଙ୍କାର ଜବତ ହେବା ପରେ ଇଡି ଟ୍ବିଟ କରି ଏ ନେଇ ସୂଚନା ଦେଇଛି ।

ଏହି ଘୋଟାଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବିଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା । ଏହାପରେ ସିବିଆଇ ଟିମ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ସିବିଆଇ । ପାଟନା, ଦିଲ୍ଲୀ, ମୁମ୍ବାଇ, ରାଞ୍ଚି ସମେତ ଦେଶର ପ୍ରାୟ ୨୪ଟି ସ୍ଥାନରେ ଲାଲୁଙ୍କ ଘନିଷ୍ଠ ଓ ପରିବାରଙ୍କ ଘରେ ରେଡ ମାରିଥିଲା । ସିବିଆଇ ରେଡ ପରେ ବିହାର ସମେତ ସାରା ଦେଶରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Land For Job Case: ତେଜସ୍ବୀ ଯାଦବଙ୍କୁ ପୁଣି ସିବିଆଇର ସମନ, ଆଜି ହାଜର ହେବାକୁ ନିର୍ଦ୍ଦେଶ

ଏହାପରେ ବିରୋଧୀ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା । କଂଗ୍ରେସଠାରୁ ଆରମ୍ଭ କରି ଆପ୍‌ ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଦଳ ଏହି ରେଡକୁ ନେଇ ଘୋର ନିନ୍ଦା କରିଛନ୍ତି । ଲାଲୁ କହିଛନ୍ତି ଯେ ତାଙ୍କ ବୋହୂ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କୁ ପ୍ରାୟ ୧୩ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଛି । ଯାହାକୁ ସେ କଡା ଭାଷାରେ ନିନ୍ଦା କରିଛନ୍ତି । ତେବେ ଶନିବାର ତେଜସ୍ବୀ ଯାଦବଙ୍କୁ ସମନ ଜାରି ହୋଇଥିବା ବେଳେ ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ।

ଏକ କୋଟି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ
ଏକ କୋଟି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ

ନୀତିଶ କୁମାରଙ୍କ ପ୍ରତିକ୍ରିୟା:- ଏହି ଘଟଣାରେ ସିବିଆଇ ଓ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ବିଜେପିକୁ ସମାଲୋଚନା କରିନଥିବା ଦେଖିବାକୁ ମିଳିଛି । ଲାଲୁଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନ ନେଇ ସେ ପ୍ରତିକ୍ରିୟା ରଖି କହିଥିଲେ, "ଏହି ଘଟଣା ୨୦୧୭ରେ ଘଟିଥିଲା । ସେତେବେଳେ ଆମେ (JDU-RJD) ନିଜ ନିଜ ରାସ୍ତାରେ ଚାଲିଗଲୁ । ଏହି ଘଟଣାକୁ ୫ବର୍ଷ ବିତିଯାଇଥିବା ବେଳେ ଆମେ ମିଳିତ ଭାବେ ସରକାର ଗଢିଥିବା ବେଳେ ପୁଣି ରେଡ ଆରମ୍ଭ ହୋଇଛି । ଏହା ଉପରେ ମୁଁ କଣ ଆଉ କହିବି ?"

ନୀତିଶଙ୍କ ଏହି ପ୍ରତିକ୍ରିୟା ପରେ ବିଜେପିକୁ ସେ ପରୋକ୍ଷରେ ସମର୍ଥନ କରୁଥିବା ଆଲୋଚନା ହୋଇଛି । ନୀତିଶଙ୍କ ଏପରି ମନ୍ତବ୍ୟ ପରେ ଜଣେ ୟୁଜର୍ସ କହିଛନ୍ତି, " ଖୁବଶୀଘ୍ର ନୀତିଶ କୁମାର RJD ମହାମେଣ୍ଟରୁ ଓହରି ବିଜେପି ସହିତ ହାତ ମିଳାଇବେ । " ଅନ୍ୟ ଜଣେ କହିଛନ୍ତି, "ନୀତିଶ କୁମାର କେଜ୍ରିୱାଲଙ୍କ ଗୁରୁ ଭାବେ ଉଭା ହେଲେ ।" ସେହିପରି ଆଉ ଜଣେ କହିଛନ୍ତି, "ଏବେ ବିହାର ରାଜନୀତିରେ ହାଉସଫୁଲ ଡ୍ରାମା ଚାଲୁଛି ।" ସୂଚନା ଥାଉ କି ଯେତେବେଳେ ୨୦୧୭ ମସିହାରେ RJD ସିବିଆଇ ଜାଲରେ ଫସିଥିଲା ସେତେବେଳେ ନୀତିଶ ମହାମେଣ୍ଟରୁ ଓହରିଥିଲେ । ଗତବର୍ଷ ମଧ୍ୟ ବିଜେପିଠାରୁ ଅଲଗା ହୋଇ ସରକାର ଗଢିଥିଲେ ନୀତିଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.