ETV Bharat / bharat

କାର୍ପେଟ ଡିଲରଙ୍କ ଦୁଇଟି ଠିକଣାରେ ଇଡିର ଚଢାଉ

author img

By

Published : Dec 13, 2020, 7:35 PM IST

ପାଖାପାଖି 1,500 କୋଟି ଟଙ୍କା ମୂଲ୍ୟର ସ୍କାମ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଦୋହିର ଜଣେ କାର୍ପେଟ ବ୍ୟବସାୟୀଙ୍କ ଦୁଇଟି ଠିକଣାରେ ଦୀର୍ଘ ସମୟ ଧରି ଚଢାଉ କରିଛି । ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ। ଅଧିକ ପଢନ୍ତୁ...

କାର୍ପେଟ ଡିଲରଙ୍କ ଦୁଇଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଭଦୋହୀର ଜଣେ କାର୍ପେଟ ଡିଲରଙ୍କ ଦୁଇଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭଦୋହୀର କାର୍ପେଟ ଡିଲର ମେସର୍ସ କାକା କର୍ପୋରେଟସ ଏବଂ କାକା ଓଭରସିଜର ଦୁଇଟି ଠିକଣାରୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମିଳିଛି।

ବିଦେଶ ଖାତାକୁ କାର୍ପେଟ କମ୍ପାନୀ ବେଆଇନ ଭାବେ 1500 କୋଟି ଟଙ୍କା ପଠାଯାଇଥିବା ମାମଲାର ଯାଞ୍ଚ କରୁଛି ଇଡି। ଏଥି ସହିତ ଏହି ଚଢାଉ ସମୟରେ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ସମ୍ପତ୍ତିର କିଛି ଡକ୍ୟୁମେଣ୍ଟ ଏବଂ କମ୍ପ୍ୟୁଟରର ହାର୍ଡ ଡିସ୍କ ଇଡି ଜବତ କରିଛି। ତେବେ ଏହି ମାମଲାରେ ଇଡି ଅନ୍ୟ ରାଜ୍ୟର 7ଟି ସ୍ଥାନରେ ଚଢାଉ କରିଛି। ମାମଲାରେ କାର୍ପେଟ ବ୍ୟବସାୟୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।

ସିଙ୍ଗାପୁର, ହଂକଂ ଏବଂ ଚୀନରୁ ସଫ୍ଟଓ୍ବେର ଆମଦାନୀ ନାଁରେ କମ୍ପାନୀର ବ୍ୟାଙ୍କ ଖାତାରେ 1500 କୋଟି ଟଙ୍କା ଜମା କରିଥିଲା କାର୍ପେଟ କମ୍ପାନୀ । କାର୍ପେଟ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ କୋଟିଏରୁ ଅଧିକ ଟଙ୍କା ବିଦେଶରେ ଥିବା ସେଲ କମ୍ପାନୀର ଆକାଉଣ୍ଟକୁ ପଠାଯାଇଛି। ଏହି ମାମଲାରେ ମନି ଲଣ୍ଡରିଙ୍ଗ ଆକ୍ଟ ଅନୁଯାୟୀ ପ୍ରମାଣ ଯୋଗାଡ ପରେ ଇଡି ଏହି ଚଢଉ କରିଥିଲା। ବର୍ତ୍ତମାନ ଏତେ ପରିମାଣର ଟଙ୍କା ବିଦେଶୀ ଆକାଉଣ୍ଟକୁ କେଉଁ ଉଦ୍ଦେଶ୍ୟରେ ପଠାଯାଇଛି ତାହାର ମଧ୍ୟ ଖୋଳତାଡ ଚାଲିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.