ETV Bharat / bharat

ପ୍ରାର୍ଥ ଚାଟାର୍ଜୀଙ୍କ ନାହିଁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା, କୋର୍ଟରେ AIIMS ରିପୋର୍ଟ ଦାଖଲ କଲା ED

ଆସିଲା ପ୍ରାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ । କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା AIIMS ରିପୋର୍ଟକୁ କୋର୍ଟରେ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭର୍ଚ୍ଚୁଆଲି ଜାରି ରହିଛି ଶୁଣାଣି । ଆଜି ସକାଳେ କୋଲକାତାରୁ ଭୁବନେଶ୍ବର ଏୟାର ଲିଫ୍ଟ ହୋଇଥିଲେ ପ୍ରାର୍ଥ । ଅଧିକ ପଢନ୍ତୁ

author img

By

Published : Jul 25, 2022, 6:00 PM IST

Updated : Jul 25, 2022, 10:11 PM IST

ପ୍ରାର୍ଥ ଚାଟାର୍ଜୀଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା, କୋର୍ଟରେ AIIMS ରିପୋର୍ଟ ଦାଖଲ କଲା ED

ଭୁବନେଶ୍ବର/କୋଲକାତା: ଭୁବନେଶ୍ବର AIIMS ରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ଜଟିଳତା । ଗତକାଲି (ରବିବାର) ତାଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏୟାର ଲିଫ୍ଟ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଆଜି ସକାଳେ ଭୁବନେଶ୍ବର ଏମ୍ସକୁ ଏୟାର ଲିଫ୍ଟ ହୋଇଥିଲେ ପ୍ରାର୍ଥ । ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ କୋର୍ଟରେ ଭର୍ଚ୍ଚୁଆଲି ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପ୍ରାର୍ଥ ଚାଟାର୍ଜୀଙ୍କ ନାହିଁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା, କୋର୍ଟରେ AIIMS ରିପୋର୍ଟ ଦାଖଲ କଲା ED

ପ୍ରାର୍ଥୀଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ଓ ସେ ଏପରି କରି ତଦନ୍ତରୁ ବାହାରେ ରହିବାକୁ ପ୍ରୟାସ କରୁଥିବା ମଧ୍ୟ କୋର୍ଟଙ୍କୁ ଅବଗତ କରିଛି ତଦନ୍ତକାରୀ ସଂସ୍ଥା । ସେହିପରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଜେରା ପାଇଁ ନ୍ୟାୟିକ ଜେପାଜତକୁ ନିଆଯାଇପାରିବା ନେଇ ମଧ୍ୟ ଇଡି କହିଛି । ଆଜି ଅପରାହ୍ନରେ ତାଙ୍କୁ ଭର୍ଚ୍ଚୁଆଲି କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ପ୍ରାର୍ଥଙ୍କୁ ଅଧିକ ଜେରା ପାଇଁ ୧୪ ଦିନିଆ ରିମାଣ୍ଡ ମଧ୍ୟ ମାଗିପାରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ । ପ୍ରାର୍ଥ ଏବେ ଭୁବନେଶ୍ବରରେ ଥିବା ବେଳେ ଏହି ମାମଲାର ଶୁଣାଣି ଭର୍ଚ୍ଚୁଆଲି ଜାରି ରହିଛି । ତେବେ ତାଙ୍କ ଠାରେ କୌଣସି ଜଟିଳତା ପ୍ରକାଶ ପାଇନଥିବା ବେଳେ ସେ ଆଜି ମଧ୍ୟରାତ୍ରୀ ସୁଦ୍ଧା ଏମ୍ସରୁ ଡିସଚାର୍ଜ କରାଯିହା ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ପାର୍ଥ ଚାଟାର୍ଜୀଙ୍କୁ କୋଲକାତା ନେବା ପାଇଁ ବିଳମ୍ବିତ ରାତିରେ (ରାତି ପ୍ରାୟ 11 ଟା) ବିମାନ ବ୍ୟବସ୍ଥା ହୋଇଛି । ରାତି ପ୍ରାୟ 9 ରୁ 9.30 ମଧ୍ୟରେ ରେ AIIMS ଛାଡିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2022, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.