ETV Bharat / bharat

କବିତାଙ୍କୁ ପୁଣି ନୋଟିସ ଦେଲା ED, 20ରେ ହେବେ ହାଜର - ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କବିତା

20ରେ ହାଜର ହେବେ କବିତା । ଦ୍ବିତୀୟ ଥର ପାଇଁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

କବିତାଙ୍କୁ ପୁଣି ନୋଟିସ ଦେଲା ED: 20 ରେ ହେବେ ହାଜର

author img

By

Published : Mar 17, 2023, 7:01 AM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପୁଣି ହାଜର ହେବା ପାଇଁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା 20 ତାରିଖରେ କବିତା କେନ୍ଦ୍ରୀୟ ସଂସ୍ଥା ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ଗତକାଲି(ମାର୍ଚ୍ଚ 16)ରେ ହାଜର ହେବାକୁ ନୋଟିସ୍‌ ଦେଇଥିଲା ଇଡି । ହେଲେ ହାଜର ହୋଇନଥିଲେ କବିତା । ଆସନ୍ତା 20ରେ ହାଜର ହେବାକୁ ଇଡି ନୋଟିସ୍‌ କରିଛି ।

ପ୍ରଥମେ ତାଙ୍କୁ 11 ତାରିଖରେ ଜେରା କରିଥିଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ଆଜି 16 ତାରିଖରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଜେରା ପାଇଁ ଡାକିଥିଲା ଇଡି ହେଲେ କବିତା ହାଜର ନହେବାରୁ ପୁଣି ଥରେ ତାଙ୍କୁ 20 ତାରିଖରେ ମୁଖ୍ୟାଳୟରେ ହାଜର ହୋଇ ଜେରାରେ ସହଯୋଗ କରିବାକୁ ଡାକିଛି ତଦନ୍ତକାରୀ ସଂସ୍ଥା । କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତଦନ୍ତ ପରିସରକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କୁ ପ୍ରଥମେ ୯ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିବା ବେଳେ ନିଜର ପ୍ରସ୍ତାବିତ ଧାରଣା ପାଇଁ ସେ ଅଧିକ ସମୟ ମାଗିଥିଲେ । କବିତା ୧୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ବେଳେ ତଦନ୍ତକାରୀ ସଂସ୍ଥା ତାଙ୍କୁ ୧୧ରେ ଦିଲ୍ଲୀରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଥିଲା । ସେ 11ରେ ହାଜର ମଧ୍ୟ ହୋଇଥିଲେ ।

ଏହା ପୂର୍ବରୁ କବିତା ତଦନ୍ତକାରୀ ସଂସ୍ଥା ତାଙ୍କୁ ହାଇଦ୍ରାବାଦ ସ୍ଥିତ ବାସଭବନରେ ଜେରା କରୁ ବୋଲି ପ୍ରସ୍ତାବ ଦେଇଥିଲେ । ସେ ଜଣେ ମହିଳା ହୋଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ହାଇଦ୍ରାବାଦ ଆସି ତାଙ୍କ ବାସଭବନରେ ତାଙ୍କୁ ଜେରା କରୁ ବୋଲି ସଂସ୍ଥା ନିକଟରେ ପ୍ରସ୍ତାବ ରଖିଥିଲେ । ଯାହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇନଥିଲା । କାର୍ଯ୍ୟାନୁଷ୍ଠାନ ପରିସରରେ ଥିବା କବିତା ଦିଲ୍ଲୀର ଜନ୍ତରମନ୍ତରର ମହିଳା ସଂରକ୍ଷଣ ବିଲ ଦାବିରେ ଧାରଣା ଦେବାକୁ ଘୋଷଣା କରିଥିଲେ । ହେଲେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ ଜନ୍ତରମନ୍ତରରେ ଧାରଣା ଦେବା ପାଇଁ ପ୍ରଥମେ ଅନୁମତି ମିଳିନଥିଲା । ତାଙ୍କ ଧାରଣାକୁ ୧୮ଟି ରାଜନୈତିକ ଦଳ ସମର୍ଥନ ଘୋଷଣା କରିଥିବା କବିତା କହିଥିଲେ । ପରେ ତାଙ୍କୁ ଧାରଣା ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । ତେବେ ଆସନ୍ତା 20ରେ ସେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବେ । ପରବର୍ତ୍ତୀ ଘଟଣାକ୍ରମ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.