ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା TRS ବିଧାନ ପରିଷଦ ସଦସ୍ୟା କବିତାଙ୍କ ନାମ ସାମ୍ନାକୁ ଆସିଛି । ଗୁରୁଗ୍ରାମ ବ୍ୟବସାୟୀ ଅମିତ ଅରୋରାଙ୍କ ଗିରଫଦାରୀ ପରେ ଏହି ଦୁର୍ନୀତି ମାମଲାରେ କବିତାଙ୍କ ସମ୍ପୃକ୍ତି ରହିଥିବା ଇଡି ରିମାଣ୍ଡ ରିପୋର୍ଟରେ ଉଲ୍ଲେଖ କରିଛି (KCR daughter Kavitha in Delhi liquor case) । ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାରଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା । ଆଉ MLC କବିତା ଏହି ଗୃପର ପ୍ରମୁଖ ସଦସ୍ୟ ଥିବା ଇଡି ଦାବି କରିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ ମୁତାବକ, ମଦ ଦୁର୍ନୀତି ଚାଲିଥିବା ସମୟର ପ୍ରମାଣ ନଷ୍ଟ କରିବା ପାଇଁ ୧.୩୮ କୋଟି ଟଙ୍କାର ମୋଟ ୧୭୦ଟି ଫୋନ ନଷ୍ଟ କରାଯାଇଛି । ୩୬ ଜଣ ବ୍ୟକ୍ତି ଏହି କାର୍ଯ୍ୟରେ ସାମିଲ ଅଛନ୍ତି । ଅବକାରୀ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା ମନୀଷ ସିସୋଦିଆ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ତେବେ ନଷ୍ଟ ହୋଇଥିବା ଫୋନ ମଧ୍ୟରୁ ୧୦ଟି କବିତାଙ୍କର ହୋଇଥିବା ଇଡି କହିଛି ।
ଏହାମଧ୍ୟ ପଢନ୍ତୁ: Delhi Excise Policy Scam: ବ୍ୟବସାୟୀ ଅମିତ ଅରୋରାଙ୍କୁ ବାନ୍ଧିଲା ଇଡି
ସେପଟେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କବିତାଙ୍କ ନାଁ ଉଠିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି TRS ନେତ୍ରୀ । କବିତା କହିଛନ୍ତି, ''ସମସ୍ତେ ଜାଣନ୍ତି ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଥାଏ, ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଇଡି ପହଞ୍ଚିଯାଏ ।'' ଯାହା ଏବେ ତେଲେଙ୍ଗାନାରେ ହେଉଛି । ୮ ବର୍ଷ ହେଲା ମୋଦି ସରକାର ଆସିଛି । ଏହି ୮ ବର୍ଷ ମଧ୍ୟରେ ବିଜେପି ୯ଟି ରାଜ୍ୟରେ ନିର୍ବାଚିତ ସରକାରରେ ଅସ୍ଥିରତା ସୃଷ୍ଟି କରି ଅନୁଚିତ୍ ଭାବେ ନିଜର ସରକାର ଗଠନ କରିଛି ଓ ବର୍ତ୍ତମାନ କେସିଆର ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ।''