ETV Bharat / bharat

Delhi Excise Policy Scam: ବ୍ୟବସାୟୀ ଅମିତ ଅରୋରାଙ୍କୁ ବାନ୍ଧିଲା ଇଡି - ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲା

ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ(Delhi excise policy scam case) ପୁଣି ଜଣେ ବ୍ୟବସାୟୀ ଗିରଫ । ଅମିତ ଅରୋରାଙ୍କୁ ବାନ୍ଧିଲା ଇଡି । ଅଧିକ ପଢନ୍ତୁ

Delhi excise policy scam
Delhi excise policy scam
author img

By

Published : Nov 30, 2022, 11:39 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ(Delhi excise policy scam case) । ପୁଣି ଜଣେ ବ୍ୟବସାୟୀ ଗିରଫ । ବ୍ୟବସାୟୀ ଅମିତ ଅରୋରାଙ୍କୁ ଆଜି ଗିରଫ କରିଛି ଇଡି । ଅମିତ ବଡୀ ରିଟେଲ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିବା ସୂଚନା ।

ଦିଲ୍ଲୀ ଅବକାରୀ ମାମଲାର ପଚରାଉଚରା ପାଇଁ ଆଜି ଅମିତ ଅରୋରାଙ୍କୁ କୋର୍ଟରେ ହାଜର କରିପାରେ ଇଡି । ତେବେ ଅମିତଙ୍କ ସହ ଅମିତ ବଡୀ ରିଟେଲ୍ର ଅନ୍ୟ ଜଣେ ନିର୍ଦ୍ଦେଶକ ଦିନେଶ ଆରୋରାଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ଉଭୟ ଇଡି ଏବଂ ସିବିଆଇ । ତେବେ ଗିରଫ ଅଭିଯୁକ୍ତ ଅମିତ ଅରୋରା, ଦୀନେଶ ଅରୋରା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଙ୍କ ସହଯୋଗୀ ବୋଲି ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ ଅବକାରୀ ନୀତି ସ୍କାମ ମାମଲାରେ ନଭେମ୍ବର ୨୫ ତାରିଖରେ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିକେସନ(CBI) ।FIRରେ ସିବିଆଇ ସିସୋଦିଆଙ୍କୁ ଅଭିଯୁକ୍ତ ନମ୍ବର ୧ ବୋଲି ଦର୍ଶାଯାଇଥିଲା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତତ୍କାଳୀନ ଅବକାରୀ(Excise) କମିଶନର ଅର୍ବ ଗୋପୀକୃଷ୍ଣ, ତତ୍କାଳୀନ ଡେପୁଟି ଅବକାରୀ(Excise) କମିଶନର ଆନନ୍ଦ ତିୱାରୀ ଓ ଆସିଷ୍ଟାଣ୍ଟ କମିଶନର(Excise) ପଙ୍କଜ ଭଟନଗର ଔପଚାରିକ ଅନୁମୋଦନ ବିନା ଟେଣ୍ଡର ଅବଧି ଶେଷ ପରେ ମଧ୍ୟ ଲାଇସେନ୍ସ ପ୍ରଦାନ କରିବା ସହ ଅବକାରୀ ନୀତି 2021-22ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ବୋଲି FIRରେ ଉଲ୍ଲେଖ କରାଯାଇଥିଲା ।

ତେବେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମେ ଇଡି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଜେରା କରିବା ପରେ ସେପ୍ଟେମ୍ବର ୨୭ରେ ଗିରଫ କରିଥିଲା । ଏହାସହ ଅକ୍ଟୋବର ମାସରେ ଦିଲ୍ଲୀର ୧୨ରୁ ଅଧିକ ସ୍ଥାନରେ ରେଡ କରାଯାଇଥିଲା ।

ଏହା ଥିଲା ପୁରା ଘଟଣା

ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନ ଗୁଡିକରେ ମଦ ବିକ୍ରି ହେଉଥିଲା । ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନ ଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା ।

ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା । ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିଭାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଏହି ଘଟଣାର ତଦନ୍ତ ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.