ETV Bharat / bharat

ହାଇଦ୍ରାବାଦରେ ୧୭ ହଜାର ନଡିଆରେ ତିଆରି ଗଣେଶ ମୂର୍ତ୍ତି - ନଡିଆ ଗଣେଶ

ହାଇଦ୍ରାବାଦରେ ୧୭ ହଜାର ନଡିଆରୁ ତିଆରି ହୋଇଥିବା ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ହାଇଦ୍ରାବାଦରେ ଏହି ନଡିଆ ଗଣେଶ ସମସ୍ତଙ୍କୁ ଆକର୍ଷିତ କରୁଛି । ଅଧିକ ପଢନ୍ତୁ

ନଡିଆରେ ତିଆରି ଗଣନାଥ
ନଡିଆରେ ତିଆରି ଗଣନାଥ
author img

By

Published : Sep 2, 2022, 2:26 PM IST

Updated : Sep 2, 2022, 4:32 PM IST

ହାଇଦ୍ରାବାଦ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଘ୍ନ ବିନାଶକ ଗଜାନନ । ଦେଶର କୋଣ ଅନୁକୋଣରେ ପୂଜା ପାଉଛନ୍ତି ସିଦ୍ଧି, ସମୃଦ୍ଧି ଗଣନାଥ ଭଗବାନ ଗଣେଶ । ବିଭିନ୍ନ ଜିନିଷରେ ଗଣେଶ ମୂର୍ତ୍ତି ତିଆରି ହୋଇଥାଏ । ଚକୋଲେଟ, ବିସ୍କୁଟରେ ଗଣେଶଙ୍କ ମୂର୍ତ୍ତି ଆମେ ଦେଖିଛନ୍ତି । ହାଇଦ୍ରାବାଦ ସହରରେ ୧୭ ହଜାର ନଡିଆରୁ ତିଆରି ହୋଇଥିବା ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି (Ganesh Idol made Using Coconuts In Hyderabad)। କେରଳର ଜଣେ କାରିଗର ଏହି ନିଡିଆ ଗଣେଶ ମୂର୍ତ୍ତି ତିଆରି କରିବାକୁ ହାଇଦ୍ରାବାଦ ଆସିଥିଲେ ।

17 ହଜାର ନଡିଆରେ ତିଆରି ଗଣନାଥ
17 ହଜାର ନଡିଆରେ ତିଆରି ଗଣନାଥ

ହାଇଦ୍ରାବାଦରେ ନଡିଆରୁ ତିଆରି ହୋଇଥିବା ଏହି ମୂର୍ତ୍ତି ଲୋକଙ୍କୁ ଆକର୍ଷିତ କରୁଛି । ଆମ ଚାରିପାଖରେ ଏକ ସୁରକ୍ଷିତ ପରିବେଶ ରଖିବା ପାଇଁ ଚେଷ୍ଟା କରିବା ଦରକାର । ଆମ ସମସ୍ତଙ୍କ ପାଇଁ ପରିବେଶ ଅନୁକୂଳ ବା ଇକୋ ଫ୍ରେଣ୍ଡଲି ପ୍ରତିମା କ୍ରୟ କରିବା ଜରୁରୀ ଅଟେ ବୋଲି କହିଛନ୍ତି, ପୂଜା ମଣ୍ଡପ ଆୟୋଜକ ସନ୍ତୋଷ କୁମାର । ନଡିଆ ସହ ଲୋକଙ୍କ ଭାବାବେଗ ଜଡିତ ରହିଛି ।

ବିଭିନ୍ନ ଶୁଭକାର୍ଯ୍ୟରେ ଏହି ଶ୍ରୀଫଳ ବା ନାରିକେଳ ବ୍ୟବହାର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆମେ ନଡିଆରେ ଗଣେଶ ମୂର୍ତ୍ତି ତିଆରି କରିଥିବା କହିଛନ୍ତି ମଣ୍ଡପ ଆୟୋଜକ । ୧୭ ହଜାର ନଡିଆରେ ଏହି ମୂର୍ତ୍ତି ତିଆରି ହୋଇଛି । ଏହାକୁ ତିଆରି କରିବାକୁ 8ଦିନ ସମୟ ଲାଗିଥିଲା ।

ଏହା ବି ପଢନ୍ତୁ...ବିସ୍ମୟ ବାଳକ ଆରାଧ୍ୟ, ୬ ବର୍ଷ ବୟସରେ ମନେ ରଖିଛନ୍ତି ୪ଶହ ଶ୍ଲୋକ

ହାଇଦ୍ରାବାଦର ଲୋୟର ଟ୍ୟାଙ୍କ୍ ବଣ୍ଡ ବାସିନ୍ଦା ଅନୁପ କହିଛନ୍ତି, "ପ୍ରତିବର୍ଷ ପରିବେଶ ଅନୁକୂଳ ଗଣେଶ ପ୍ରତିମାକୁ ପ୍ରୋତ୍ସାହିତ କରିଥାଏ ଏବଂ ଅନ୍ୟ ସ୍ଥାନରୁ ପର୍ଯ୍ୟଟକମାନେ ଏହି ପ୍ରତିମା ଦେଖିବା ପାଇଁ ଏଠାକୁ ଆସିଥାନ୍ତି । ପ୍ରତିବର୍ଷ ମୁରଲୀ ଆନ୍ନା ଆମ ପଡୋଷୀ ଗଣେଶ ପେଣ୍ଡାଲ ଆୟୋଜନ କରନ୍ତି । ଏଠାରେ ପ୍ରତିବର୍ଷ ଇକୋ ଫ୍ରେଣ୍ଡଲି ଗଣେଶ ପ୍ରତିମୂର୍ତ୍ତି ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥିବା କହିଛନ୍ତି ଅନୁପ ।

ଅନ୍ୟଜଣେ ଶ୍ରଦ୍ଧାଳୁ, ପ୍ଳାଷ୍ଟର ଅଫ ପ୍ୟାରିସରୁ ନିର୍ମିତ ପ୍ରତିମୂର୍ତ୍ତି କ୍ରୟ ନକରିବାକୁ ପରାମର୍ଶ ଦେଇଛନ୍ତି । ପରିବେଶକୁ ସୁରକ୍ଷା ଦେବାକୁ, ଦେଶକୁ ସୁରକ୍ଷା ପ୍ରଦାନ କରିବାକୁ ଆମକୁ ଇକୋ ଫ୍ରେଣ୍ଡଲି ଉତ୍ସବ ପାଳନ କରିବାକୁ ହେବ । ସମସ୍ତଙ୍କୁ ପପ ପ୍ରତିମୂର୍ତ୍ତି ନ କିଣିବାକୁ କହିଛନ୍ତି ଶ୍ରଦ୍ଧାଳୁ ରାଜେଶ୍ବରୀ ।

ପ୍ରକାଶ ଥାଉ କି, ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଥାଏ । ଗଣପତିଙ୍କ ଆଗମନରେ ଉତ୍ସବମଖର ହୋଇଉଠେ ଦେଶର କୋଣ ଅନୁକୋଣ । ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ଆୟୋଜିତ ହୋଇଥାଏ ।

Last Updated : Sep 2, 2022, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.