ETV Bharat / bharat

ଆଜିଠୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ECI ଟିମ, କରିବେ ନିର୍ବାଚନ ସମୀକ୍ଷା

ଆଜିଠୁ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ନିର୍ବାଚନ ଆୟୋଗର ବେଞ୍ଚ (Election Commission of India )। ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟର ସରକାରୀ କର୍ମଚାରୀଙ୍କ ହେବ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

ଆଜିଠୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ନିର୍ବାଚନ ଆୟୋଗ ବେଞ୍ଚ

author img

By

Published : Dec 28, 2021, 11:17 AM IST

Updated : Dec 28, 2021, 1:03 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ୟୁପି ନିର୍ବାଚନ । ନିର୍ବାଚନ ପ୍ରସ୍ତୁତି ନେଇ ଆଜିଠୁ ୩ ଦିନିଆ ଲକ୍ଷ୍ନୌ ଗସ୍ତରେ ଯିବେ ନିର୍ବାଚନ ଆୟୋଗର ବେଞ୍ଚ (Election Commission of India )। ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର, ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନୁପ ଚନ୍ଦ୍ର ପାଣ୍ଡେ, ECI ର ଅନ୍ୟ ବରିଷ୍ଠ ଅଧିକାରୀ ଆଜି ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ । ସେଠାରେ ପହଞ୍ଚିବା ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ସହ ଆସନ୍ତା ବର୍ଷ ହେବାକୁ ଥିବା ବିଧାନନଭା ନିର୍ବାଚନକୁ ନେଇ ପ୍ରସ୍ତୁତି ସମୀକ୍ଷା କରିବା ନେଇ ସୂଚନା ମିଳିଛି ।

ଏନେଇ ECI ମୁଖ୍ୟ ସଚିବ ରାହୁଲ ଶର୍ମା କହିଛନ୍ତି ଯେ ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଲା, ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ତେବେ ଆଜି ବିଭିନ୍ନ କାର୍ଯ୍ୟକାରୀ ଏଜେନ୍ସିର ଅଧିକାରୀଙ୍କ ସହ ଏକ ବୈଠକ ହେବା ନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି (ବୁଧବାର) ECI ବିଭାଗୀୟ କମିଶନର, ଜିଲ୍ଲା ନିର୍ବାଚନ ଅଧିକାରୀ, ପୋଲିସ କମିଶନର, ଇନ୍ସପେକ୍ଟର ଜେନେରାଲ୍ ଏବଂ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ସହ ଏକ ବୈଠକ କରି ନିର୍ବାଚନର ପ୍ରସ୍ତୁତି ଉପରେ ଆଲୋଚନା କରିବେ। ତେବେ ଗତକାଲି କୋରୋନାସ୍ଥିତି ନେଇ କେନ୍ଦ୍ରସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ କରିଥିଲେ ନିର୍ବାଚନ ଆୟୋଗ ।

Last Updated : Dec 28, 2021, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.