ETV Bharat / bharat

Assembly Elections: ଆଜି ସ୍ବାସ୍ଥ୍ୟ ସଚିବ-ନିର୍ବାଚନ ଆୟୋଗ ମଧ୍ୟରେ ବୈଠକ - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅପଟେଡ

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ । କୋରୋନା ସଂକ୍ରମଣ ଯୋଗୁଁ ନିର୍ବାଚନ ସମୟରେ ବ୍ୟାନ ହୋଇଥିବା ରୋଡ ଶୋ ଓ ରାଲିକୁ ନେଇ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ

Assembly elections 2022 : ବ୍ୟାନ ହୋଇଥିବା ନିର୍ବାଚନୀ ରାଲି ଓ ସମାବେଶକୁ ନେଇ ECଙ୍କ ବୈଠକ

author img

By

Published : Jan 22, 2022, 1:11 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ଅନ୍ୟପଟେ କୋରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ (Election Commission of India) । ବୈଠକରେ ନିର୍ବାଚନ ସମୟରେ ବ୍ୟାନ ହୋଇଥିବା ରୋଡ ଶୋ ଓ ରାଲିକୁ ନେଇ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲି ଓ ସମାବେଶ ଉପରେ ଜାନୁଆରୀ 22 ପର୍ଯ୍ୟନ୍ତ କଟକଣା ଲଗାଇଥିଲେ । ତେବେ ଏହି ପ୍ରତିବନ୍ଧକ ହଟିବ କି ନାହିଁ ସେନେଇ ଆଜି ଆଲୋଚନା ହୋଇପାରେ । ସଂକ୍ରମଣ ମଧ୍ୟରେ ମଣିପୁର, ଉତ୍ତରପ୍ରଦେଶ, ପଞ୍ଚାବ, ଉତ୍ତରାଖଣ୍ଡ ଓ ଗୋଆରେ ହେବ ବିଧାନସଭା ନିର୍ବାଚନ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହେବ । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସଚିବଙ୍କ ସହ କଥାବାର୍ତ୍ତା ହେବା ପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇପାରନ୍ତି । ତେବେ ରାଜ୍ୟଗୁଡିକରେ ନିର୍ବାଚନ ପୂର୍ବରୁ ସର୍ବାଧିକ ଭୋଟରଙ୍କୁ ଟୀକାକରଣ କରିବା ନିର୍ବାଚନ ଆୟୋଗର ଲକ୍ଷ୍ୟ ।

ଉତ୍ତରପ୍ରଦେଶରେ ବର୍ତ୍ତମାନ 98,238 ସକ୍ରିୟ କୋଭିଡ ମାମଲା ରହିଥିବା ବେଳେ ୯୬ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି । ସେହିପରି ଉତ୍ତରାଖଣ୍ଡରେ ଜନସଂଖ୍ୟାର 99% କୋରେନା ପ୍ରଥମ ଡୋଜ ନେଇଥିବା ବେଳେ 84 ପ୍ରତିଶତ ଦ୍ବିତୀୟ ଡୋଜ ନେଇଛନ୍ତି

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.