ETV Bharat / bharat

କେଜ୍ରିଓ୍ବାଲଙ୍କ ପାଇଁ ଖୁସି ଖବର, ମମତା ଏବଂ ଶରଦଙ୍କୁ ଝଟକା ଦେଲେ ECI

author img

By

Published : Apr 10, 2023, 10:01 PM IST

ଜାତୀୟ ଦଳ ଭାବେ ଉନ୍ନିତ ହେଲା AAP । ଫେଲ ମାରିଲେ ମମତା ଓ ଶରଦ ପାଓ୍ବର । ନୂଆ ତାଲିକା ଘୋଷଣା କଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

AAP ନୂଆ ଜାତୀୟ ଦଳ, ମାନ୍ୟତା ହରାଇଲେ TMC ଓ NCP

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP) ଜାତୀୟ ରାଜନୀତିରେ ନୂଆ ପରିଚୟ ପାଇଛି । AAPକୁ ନୂତନ ଜାତୀୟ ରାଜନୈତିକ ଦଳ ଭାବେ ଆଜି(ସୋମବାର) ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳ ହେବାର ସମସ୍ତ ମାପଦଣ୍ଡ ପୂରଣ କରିସାରିଥିଲା । ସେତେବେଳେ ଦଳମୁଖ୍ୟ କେଜ୍ରିଓ୍ବାଲ ଏହା ଘୋଷଣା କରିବା ସହ ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଦଳ ଏହି ମାନ୍ୟତା ହାସଲ କରିଛି ।

  • कमाल कमाल..’आप’ टीम कप्तान अरविंद केजरीवाल जी के सपनों को बधाई..करोड़ों टीम सदस्यों को बधाई..मेहनत रंग लाई….
    “आप” की क्रांति का चश्मदीद गवाह …भगवंत मान https://t.co/dUDhOYOEsf

    — Bhagwant Mann (@BhagwantMann) April 10, 2023 " class="align-text-top noRightClick twitterSection" data=" ">

ମମତା ଓ ଶରଦ ନିରାଶ: ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ପଶ୍ଚିମବଙ୍ଗରେ ଶାସନରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (TMC) ଓ ବରିଷ୍ଠ ନେତା ଶରଦ ପାଓ୍ବରଙ୍କ ଦଳ ଏନସିପି (NCP) ଜାତୀୟ ଦଳ ତାଲିକାରୁ ବାଦ ପଡିଛନ୍ତି । ଉଭୟ ପୂର୍ବରୁ ଜାତୀୟ ଦଳ ଭାବେ ମାନ୍ୟତା ପାଇଥିବା ବେଳେ ଏବେ ନିକଟରେ ହୋଇଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଜାତୀୟ ଦଳର ମାପଦଣ୍ଡ ପାଇଁ ଥିବା ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହେବା କାରଣରୁ ନିଜ ପୂର୍ବ ମାନ୍ୟତା ହରାଇବାକୁ ବାଧ୍ୟ ହୋଇଛନ୍ତି ।

କିଛି ଆଞ୍ଚଳିକ ଦଳଙ୍କୁ ମିଳିଲା ମାନ୍ୟତା: ଅନ୍ୟପଟେ କେବଳ ଜାତୀୟ ଦଳ ମାନ୍ୟତା ନୁହେଁ ବରଂ କିଛି ଦଳକୁ ମଧ୍ୟ ପ୍ରାଦେଶିକ ତଥା ଆଞ୍ଚଳିକ ଦଳ ଭାବେ ଘୋଷଣା କରିଛନ୍ତି ଆୟୋଗ । ବିହାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ରାମବିଳାଶ ପାଶଓ୍ବାନଙ୍କ ଦ୍ବାରା ପ୍ରତିଷ୍ଠିତ ଲୋକ ଜନଶକ୍ତି ପାର୍ଟି (LJP) ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ଏକ ଆଞ୍ଚଳିକ ଦଳ ଭାବେ ମାନ୍ୟତା ପାଇଛି । ସେହିପରି ତ୍ରିପୁରାର ତିପ୍ରା ମୋଠା (Tipra Motha Party) ମଧ୍ୟ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଭାବେ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତିତ ରାଜନୈତିକ ଦଳ ଭାରତ ରାଷ୍ଟ୍ର ସମିତି (BRS) ପଡୋଶୀ ଆନ୍ଧ୍ର ପ୍ରଦେଶରେ ଆଞ୍ଚଳିକ ଦଳ ଭାବେ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପାଇବାରେ ସଫଳ ହୋଇଛି ।

ଗୁଜୁରାଟ ଫଳାଫଳ ପରେ ଜାତୀୟ ଦଳ ହୋଇଥିଲା AAP: ନୂଆ କରି ଜାତୀୟ ଦଳର ମାନ୍ୟତା ପାଇଥିବା କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା ବେଳେ ଚଳିତଥର ଗୁଜୁରାଟ ଓ ଗୋଆ ବିଧାନସଭା ନିର୍ବାଚନରେ ମଧ୍ୟ ସକ୍ରିୟତାର ସହ ପ୍ରତିଦ୍ବନ୍ଦ୍ବିତା କରିଥିଲା । ଗୁଜୁରାଟରେ କିମ୍ବା ଗୋଆରେ ଆଖିଦୃଶିଆ ସଫଳତା ପାଇନଥିଲେ ସୁଦ୍ଧା ଦଳ ହାତଗଣତି ଆସନରେ ପ୍ରାର୍ଥୀ ଜିତାଇବାରେ ସକ୍ଷମ ହୋଇଥିଲା । ଏବେ 4 ରାଜ୍ୟରେ ଆମ ଆଦମୀ ପାର୍ଟିର ନିର୍ବାଚିତ ଜନପ୍ରତିନିଧି ରହିଛନ୍ତି । ଗୁଜୁରାଟ ନିର୍ବାଚନ ପରେ ଦଳ ଜାତୀୟ ଦଳ ପାଇଁ ସମସ୍ତ ମାପଦଣ୍ଡ ପୂରଣ କରିଥିବାରୁ ଏହାର ପ୍ରତିଷ୍ଠାତା ମୁଖ୍ଯ କେଜ୍ରିଓ୍ବାଲ ଗୁଜୁରାଟବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଆଜି ଔପଚାରିକ ଭାବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ନୂଆ ତାଲିକା ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.