'ହତ୍ୟାକାରୀ' ବୟାନ ବିରୋଧରେ ହାଇକୋର୍ଟରେ ପହଞ୍ଚିଲେ ECI - 'ହତ୍ୟାକାରୀ' ବୟାନ
ଦେଶରେ କୋରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିବା ସହିତ ହତ୍ୟାକାରୀର ମାମଲା ରୁଜୁ କରିବା ଦରକାର ବୋଲି ଟିପ୍ପଣୀ ଦେଇଥିଲେ କୋର୍ଟ । ଏହାକୁ ନେଇ ହୋଇଥିବା ମିଡିଆ ରିପୋର୍ଟ ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଇସିଆଇ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କୁ ମାଡ୍ରାସ ହାଇକୋର୍ଟ ହତ୍ୟାକାରୀ କହିବା ଉପରେ ମିଡିଆ ରିପୋର୍ଟ ଏବେ ବିବାଦର ରୂପ ନେଇଛି । ଏହା ବିରୋଧରେ କୋର୍ଟର ଦ୍ବାରସ୍ତ ହୋଇଛନ୍ତି ମୁଖ୍ୟ ନିର୍ବୋଚନ ଆୟୋଗ । ଦେଶରେ କୋରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିବା ସହିତ ହତ୍ୟାକାରୀର ମାମଲା ରୁଜୁ କରିବା ଦରକାର ବୋଲି ଟିପ୍ପଣୀ ଦେଇଥିଲେ କୋର୍ଟ ।
ମାଡ୍ରାସ ହାଇକୋର୍ଟଙ୍କ ସମ୍ମୁଖରେ ଇସିଆଇ କହିଛନ୍ତି ଯେ ଶୁଣାଣି ସମୟରେ ବିଚାରପତିଙ୍କ ପକ୍ଷରୁ ଦିଆଯାଇଥିବା ମୌଖିକ ମନ୍ତବ୍ୟକୁ ଗଣମାଧ୍ୟମ ରିପୋର୍ଟ କରିବା ଉଚିତ ନୁହେଁ । କେବଳ ରେକର୍ଡ କରାଯାଇଥିବା ମନ୍ତବ୍ୟ ରିପୋର୍ଟ କରିବା ଉଚିତ ବୋଲି ନିଜ ବୟାନରେ କହିଛନ୍ତି ଇସିଆଇ ।
ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ ଗଣମାଧ୍ୟମର ରିପୋର୍ଟଗୁଡିକ ସାମ୍ବିଧାନିକ ସଂସ୍ଥା ଭାବରେ ଇସିଆଇର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି । ନିର୍ବାଚନ ଆୟୋଗକୁ ନିର୍ବାଚନ ପରିଚାଳନା କରିବାର ସାମ୍ବିଧାନିକ ଦାୟିତ୍ବ ଦିଆଯାଇଛି ।
ରାଜନେତାମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ଆୟୋଗ ମାଡ୍ରାସ ହାଇକୋର୍ଟଙ୍କୁ କହିଛନ୍ତି ।