ETV Bharat / bharat

Assembly elections: ନଭେମ୍ବର 12 ରୁ 5 ମଧ୍ୟରେ ଏକଜିଟ ପୋଲ ନିଷେଧ

author img

By

Published : Nov 10, 2022, 10:50 PM IST

ନଭେମ୍ବର 12 ରୁ 5 ମଧ୍ୟରେ ଏକଜିଟ ପୋଲ ନିଷେଧ । ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକଜିଟ ପୋଲ ଉପରେ କଟକଣା ଜାରି କଲେ ନିର୍ବାଚନ ଆୟୋଗ (EC bans exit polls) । ନଭେମ୍ବର 12 ରୁ ଡିସେମ୍ବର 5 ତାରିଖ ସଂଧ୍ୟା ମଧ୍ୟରେ ହୋଇପାରିବ ନାହିଁ ଏକଜିଟ ପୋଲ । ଅଧିକ ପଢନ୍ତୁ

Assembly elections: ନଭେମ୍ବର 12 ରୁ 5 ମଧ୍ୟରେ ଏକଜିଟ ପୋଲ ନିଷେଧ
Assembly elections: ନଭେମ୍ବର 12 ରୁ 5 ମଧ୍ୟରେ ଏକଜିଟ ପୋଲ ନିଷେଧ

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଥ ବାହୁଡା ଜନମତ ବା ‘ଏକଜିଟ ପୋଲ’ ଉପରେ ଲାଗିଲା କଟକଣା । ନଭେମ୍ବର 12 ତାରିଖରୁ ଏହି ନିଷେଧାଦେଶ ଲାଗୁ ହେବା ନେଇ ଆଜି (ଗୁରୁବାର) ନିର୍ବାଚନ ଆୟୋଗ (ECI) ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ଏହି ପ୍ରତିବନ୍ଧକ ଡିସେମ୍ବର 5 ତାରିଖ ସଂଧ୍ୟା ସାଢେ 5 ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଆୟୋଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ।

ଆୟୋଗ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ନଭେମ୍ବର 12 ତାରିଖ ସକାଳ 8ଟାରୁ ଆସନ୍ତା ମାସ (ଡିସେମ୍ବର) 5 ତାରିଖ ସନ୍ଧ୍ୟା 5.30 ପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ ସଂସ୍ଥା ବୁଥ ବାହୁଡା ସର୍ଭେ ବା ଏକଜିଟ ପୋଲ ଅନୁଧ୍ୟାନ କରିବା, ଫଳାଫଳ ଘୋଷଣା, ପ୍ରକାଶନ କିମ୍ବା ପ୍ରଶାରଣ କରିପାରିବେ ନାହିଁ । ସମସ୍ତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା କ୍ଷେତ୍ରରେ ଏହି ନିଷେଧାଦେଶ ଲାଗୁ ହେବ । ହିମାଚଳ ପ୍ରଦେଶରେ ନଭେମ୍ବର 12 ତାରିଖ ଏବଂ ଗୁଜୁରାଟରେ ଡିସେମ୍ବର 1 ଓ 5 ତାରିଖରେ ଭୋଟିଂ ହେବାକୁ ଯାଉଛି । ସେହିପରି ଡିସେମ୍ବର 8 ତାରିଖରେ ଉଭୟ ରାଜ୍ୟରେ ମତ ଗଣନା ଓ ଫଳାଫଳ ପ୍ରକାଶ ପାଇବ ।

ହିମାଚଳ ପ୍ରଦେଶରେ ନଭେମ୍ବର 12 ତାରିଖରେ ଭୋଟିଂ ହେବାକୁ ଯାଉଛି । ମାତ୍ର ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ 68 ଆସନରେ ଭୋଟ ଗ୍ରହଣ ହେବ । ସେହିପରି ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ଡିସେମ୍ବର 1 ତାରିଖରେ 89ଟି ଆସନ ଓ 5 ତାରିଖରେ ଅବଶିଷ୍ଟ 93ଟି ଆସନ ସହ ଦୁଇଟି ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । 8 ତାରିଖରେ ଉଭୟ ରାଜ୍ୟର ଭୋଟ ଗଣତି ଓ ଫଳାଫଳ ପ୍ରକାଶ କରିବାକୁ ସ୍ଥିର କରାଯାଇଛି ।

ଭାରତୀୟ ଜନତା ପାର୍ଟି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ପ୍ରଥମ ପର୍ଯ୍ୟାୟରେ ମୋଟ 160 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏଥିରେ 14 ମହିଳା, ଅନୁସୂଚୀତ ଜାତି ବର୍ଗରୁ 13 ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବା ବେଳେ, ଅନୁସୂଚୀତ ଜନଜାତି ବର୍ଗରୁ 24ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟରେ ପୂର୍ବ ଥରର ମୋଟ 69 ପ୍ରାର୍ଥୀଙ୍କୁ ଦୋହରାଇଛି ଦଳ । ଗୁଜୁରାଟରେ ବିଜେପି ଗତ ଦୀର୍ଘ 27 ବର୍ଷ ଧରି କ୍ଷମତାରେ ରହି ଆସିଛି ।

ଚଳିତ ବର୍ଷ ଶାସକ ବିଜେପି ଓ ବିରୋଧୀ କଂଗ୍ରେସର ପାରମ୍ପାରିକ ଲଢେଇ ମଧ୍ୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି ଏଣ୍ଟ୍ରିଂ ମାରିଛି । ଚଳିତ ଥରର ରାଜନୈତିକ ସମୀକରଣ ଦେଖିଲେ ରାଜ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି । ତେବେ ସମସ୍ତ ଦଳ ନିଜର ସମସ୍ତ ଶକ୍ତି ଖଟାଇ ପ୍ରଚାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.