ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ରେକର୍ଡ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳ 9ଟା 15ରେ ପଶ୍ଚିମ ଦିଲ୍ଲୀର ପଞ୍ଜାବୀ ବାଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
ନିମ୍ନ ତୀବ୍ରତା ସତ୍ତ୍ବେ ପଶ୍ଚିମ ଦିଲ୍ଲୀର ଅନେକ ଅଞ୍ଚଳରେ ଲୋକମାନେ ଭୂକମ୍ପ ଅନୁଭବ କରିଥିଲେ । ସେଠାରେ କିଛି ଲୋକ ମଧ୍ୟ ଭୟରେ ଘରୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କୌଣସି ଜନଜୀବନ ନଷ୍ଟ ହୋଇ ନଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ