କାବୁଲ: ଆଫଗାନ ଏବେ ତାଲିବାନ ଅଧିନକୁ ଆସିଥିବା ବେଳେ ଦେଶରେ ଏବେ ଆତଙ୍କ ସୃଷ୍ଟି ହୋଇଛି । ତାଲିବାନ ଭୟରେ ଏବେ ଦେଶ ଛାଡି ପଳାଉଛନ୍ତି ସେଠାକାର ନାଗରିକ । ଏହାରି ମଧ୍ୟରେ ଆଜି ଆଫଗାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଆଜି ସକାଳ ୬ଟା ୮ମିନିଟରେ ଆଫଗାନିସ୍ତାନର ଫାୟାଜାବାଦର ଦକ୍ଷିଣ-ପୂର୍ବର ୮୩ କିଲୋମିଟର ଦୂରରେ ଏହା ଅନୁଭୁତ ହୋଇଥିଲା ।
ରିକ୍ଟର ସ୍କେଲରେ ଯାହାର ତିବ୍ରତା ୪.୫ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ତରଫରୁ ସୂଚନା ଦିଆଯାଇଥିବା ଜଣାପଡିଛି । ଏହାର ଗଭୀରତା ୨୩୦ କିଲୋମିଟର ରହିଥିବାବେଳେ ଅକ୍ଷାଂଶ ୩୬. ୬୫ ଓ ଦ୍ରାଘିମା ୭୧.୩୦ ରହିଥିଲା । ତେବେ ଭୂକମ୍ପରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।
@ANI