ଲଦାଖ: ସକାଳୁ ସକାଳୁ ଲେହ ଲଦାଖରେ ଭୂକମ୍ପ ଝଟକା । ଆଜି(ମଙ୍ଗଳବାର) ସକାଳ ପାଖାପାଖି ୪ଟା ୫୦ଟାରେ ପୂର୍ବ ଲେହ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି (earthquake hits ladakhs leh) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ଆକଳନ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ସୂଚନା ଦେଇଛି ।
ପୂର୍ବ ଲେହ ଲଦାଖରେ ୮୧ କିଲୋମିଟମ ଦୂରରେ ଏହା ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
ପ୍ରକାଶ ଥାଉ କି ଗତକାଲି ତାମିଲନାଡୁ ଭେଲୋରରେ 3.6 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ପୂର୍ବରୁ ଶୁକ୍ରବାର ଦିନ ମିଜୋରାମରେ 6.1 ତୀବ୍ରତାର ଏକ ଭୂକମ୍ପ ସକାଳ ପ୍ରାୟ 5.15 ସମୟରେ ଅନୁଭୂତ ହୋଇଥିଲା ।
@ANI