ETV Bharat / bharat

ଭୂସ୍ବର୍ଗରେ ଭୂକମ୍ପ ଝଟକା - ଭୂସ୍ବର୍ଗରେ ଭୂକମ୍ପ ଝଟକା

ଭାରତର ଭୂସ୍ବର୍ଗ ଜାମ୍ମୁ-କାଶ୍ମୀରରେ ରବିବାର ସକାଳ 4ଟା 40ରେ 2.9 ତୀବ୍ରତାର ଭୂକମ୍ଫ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଭୂସ୍ବର୍ଗରେ ଭୂକମ୍ପ ଝଟକା
ଭୂସ୍ବର୍ଗରେ ଭୂକମ୍ପ ଝଟକା
author img

By

Published : Mar 7, 2021, 11:46 AM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୃଦ୍ୟୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.9 ରେକର୍ଡ ହୋଇଛି ।

ରବିବାର ସକାଳ ସମୟ 4ଟା 40ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ କୁହାଯାଇଛି । ଅନୁଭୂତ ହୋଇଥିବା ଭୂକମ୍ପ ଉତ୍ତର ଅକ୍ଷାଂଶ 33.0 ଡିଗ୍ରୀ ଏବଂ ପୂର୍ବ ଦ୍ରାଘିମା 75.86 ଡିଗ୍ରୀ ରହିଛି ବୋଲି ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ଜାମ୍ମୁ-କାଶ୍ମୀରର ଦୋଡା ଜିଲ୍ଲା ଭାଲେସା ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଅନୁଭୂତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଆଜି ସକାଳ 9ଟା 57ରେ ଲଦାଖରେ 3.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

ଏହା ପୂର୍ବରୁ 2005 ମସିହା ଅକ୍ଟୋବରରେ ଜାମ୍ମୁ କାଶ୍ମୀରର ଏଲଓସିରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ 80ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.