ଡେରାଡୁନ: ଉତ୍ତରାଖଣ୍ଡର 3ଟି ଜିଲ୍ଲାରେ ଭୂକମ୍ପ ଝଟକା । ରାତି 12ଟା ପରେ ଚମୋଲି, ଉତ୍ତରକାଶୀ ଓ ଡେରାଡୁନ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରେକର୍ଡ କରାଯାଇଛି । ଜୋଶିମଠ ଠାରୁ 43 କିଲୋମିଟର ଦୂରରେ ଏହି ଭୂକମ୍ପ କେନ୍ଦ୍ରିଭୂତ ହୋଇଥିବା ଜଣାପଡିଛି ।
ରାତି ପ୍ରାୟ 12:35 ସମୟରେ ମସୁରୀ ଏବଂ ଡେରାଡୁନରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ସମସ୍ତେ ଘର ବାହାରକୁ ପଳାଇ ଅସିଥିଲେ । ଏଥିରେ କାହାର କିହାର କିଛି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ