ଇମ୍ଫାଲ: ମଣିପୁରରେ ଭୂକମ୍ପ ଝଟକା (Earthquake in Manipur)। ମଣିପୁରର ଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୭ମିନିଟରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଇମ୍ଫାଲର ଉତ୍ତରରୁ ୪୧ କିଲୋମିଟ ଦୂରରେ ଅନୁଭୂତ ହୋଇଥିଲା । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଡିସେମ୍ବର ୨୬ରେ ମଣିପୁର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ, ନଭେମ୍ବରରେ ମୋଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ ଓ ଅକ୍ଟୋବର ୧୬ରେ ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିଲା ।
@ANI