ETV Bharat / bharat

Nepal Earthquake: ନେପାଳରେ ହେଲା ଭୂକମ୍ପ, ଥରି ଉଠିଲା ବିହାର

ନେପାଳରେ ଭୂକମ୍ପ ଝଟକା ଅନୁଭୂତ। ବିହାରରେ ତିନୋଟି ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 22, 2023, 9:40 AM IST

ପାଟନା: ବିହାରରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ବିହାର । ମୋତିହାରୀ ଓ ଛପରା ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହର ତୀବ୍ରତା 5.0 ମ୍ୟାଗ୍ନିଚ୍ୟୁଟ୍‌ ରେକର୍ଡ କରାଯାଇଛି। । ତିନି ସେକେଣ୍ଡ ପାଇଁ ମୋତିହାରୀରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-Afghanistan Earthquake: ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ଆଜି ସକାଳ 7ଟା 28 ମନିଟ ସମୟରେ ମୋତିହାରୀ, ଛପରା ଏବଂ ଗୋପାଳଗଞ୍ଜ ସମେତ ଅନ୍ୟ ଜିଲ୍ଲାରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କମ୍ପନ ଅନୁଭବ ହେବା ମାତ୍ରେ ଅନେକ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର କାଠମାଣ୍ଡୁ ନିକଟରେ ବୋଲି କୁହାଯାଉଛି ।

ଆଜି ସକାଳ ସମୟରେ ନେପାଳରେ 5.3 ତାବ୍ରତାର ଭୂକମ୍ପ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଆଜି ସକାଳ 7ଟା 24 ମିନିଟ ସମୟରେ ଭୂକମ୍ପ ହୋଇଥିବା ବେଳେ ଏହାର ଗଭିରତା 10 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଉତ୍ତର ଅକ୍ଷାଶଂ 27.92 ରହିଥିବା ବେଳେ ଦ୍ରାଘିମା 84.71 ରହିଛି ।

ଏହା ମଧ୍ୟ ପଢନ୍ତୁ-4 ତୀବ୍ରତା ଭୂକମ୍ପରେ ଦୋହଲିଲା ଦେବଭୂମି ଉତ୍ତରାଖଣ୍ଡ

ଗତ ଅକ୍ଟୋବର 7 ତାରିଖରେ ନେପାଳରେ 4.9 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାର ଅଂକ୍ଷାଶ 29.35 ରହିଥିବା ବେଳେ ଦ୍ରାଘିମା 81.30 ରହିଥିଲା । ସେହିପରି ଏହାର ଗଭିରତା 10 କିଲୋମିଟର ରେକର୍ଡ କରାଯାଇଥିଲା । ଚଳିତ ମାସରେ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଥିଲା । ଗତ 7ତାରିଖରେ ଆଫଗାନସ୍ତାରେ 6.3 ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପ ଝଟକାରେ ବଡ଼ବଡ଼ ଅଟାଳିକା ଭୁଶୁଡ଼ି ପଡ଼ିଥିଲା । ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ 2000ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ହେରାତ ସହର ହୋଇଥିବାବେଳେ ତାହାର କମ୍ପନ ପ୍ରାୟ 7.7 କିମି ଗଭୀରରେ ହୋଇଥିଲା । ପ୍ରଥମ ଝଟ୍‌କାର ତୀବ୍ରତା 6.3 ମ୍ୟାଗ୍ନିଚ୍ୟୁଡ୍‌ ଥିଲା । ପରେ ପୁଣି ଥରେ 5.9 ତୀବ୍ରତାର କମ୍ପନ ମଧ୍ୟ ହୋଇଥିଲା । ଭୂକମ୍ପରେ 9 ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ୧୩୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.