ETV Bharat / bharat

Earthquake, ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂମିକମ୍ପ - ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ । ରିକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ । ଅଧିକ ପଢନ୍ତୁ

Etv BharatEarthquake, ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂମିକମ୍ପ

author img

By

Published : Aug 20, 2022, 7:32 AM IST

ଲକ୍ଷ୍ନୌ: ଭୂମିକମ୍ପରେ ଥରିଲା ରାଜଧାନୀ ଲକ୍ଷ୍ନୌ । ଶୁକ୍ରବାର ମଧ୍ୟରାତ୍ରିରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧ଟା ୧୨ ମିନିଟ୍ ସମୟରେ ଉତ୍ତର-ଉତ୍ତରପୂର୍ବ ଲକ୍ଷ୍ନୌରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୮୨ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳରେ ଲକ୍ଷ୍ନୌର ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବରେ ଅବସ୍ଥିତ । ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ସ୍ଥାନୀୟ ଅଞ୍ଚଳ ଦୋହଲିଥିଲା । ଏହାପରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତ ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Earthquake, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ସାମାନ୍ୟ ଝଟକା

ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ସମୟରେ ଉତ୍ତରାଖଣ୍ଡର ପିଥୋରଗଡ଼ରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୬ ରହିଥିଲା । ଜମ୍ମୁ ଓ କାଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍‌ଲୀ ଗ୍ରାମରେ ମଧ୍ୟ ୩.୧ ତୀବ୍ରତାର ମୃଦୁ ଭୂମିକମ୍ପ ଝଟକା ଲାଗିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.