ETV Bharat / bharat

ମେଘାଳୟରେ ଭୂକମ୍ପ ଝଟକା

author img

By

Published : Jan 2, 2023, 7:41 AM IST

ନୂଆବର୍ଷରେ ମେଘାଳୟର ନଙ୍ଗପୋହରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । କ୍ଷୟକ୍ଷତି ହୋଇନଥିବା ସୂଚନା । ଅଧିକ ପଢନ୍ତୁ

earthquake hits meghalaya
earthquake hits meghalaya

ଶିଲଂ: ନୂଆବର୍ଷରେ ଭୂକମ୍ପ । ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ (Earthquake hits Meghalaya )। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୨ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି(ରବିବାର) ରାତି ପ୍ରାୟ ୧୧ଟା ୨୮ ମିନିଟ ସମୟରେ ମେଘାଳୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ମେଘାଳୟ ନଙ୍ଗପୋହର ପୂର୍ବ-ଉତ୍ତର-ପୂର୍ବର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୬.୦୩ ଏବଂ ଦ୍ରାଘିମା ୯୨.୪୧ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । କେହି ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ-ନୂଆବର୍ଷରେ ଭୂକମ୍ପରେ ଥରିଲା ଜାତୀୟ ରାଜଧାନୀ

ସେହିପରି ଗତକାଲି ମଧ୍ୟ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା( Earthquake in Delhi NCR) । ରିକ୍ଟରସେଲରେ ଏହାର ତିବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ଉତ୍ତର-ପଶ୍ଚିମ ଦିଗରେ ହୋଇଥିବା ବେଳେ ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସିବି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଏହାର ଦ୍ରାଘିମା ୨୮.୭୧ ହୋଇଥିବା ବେଳେ ଅଂକ୍ଷାଶ ୭୬.୬୨ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.