ଡେରାଡୁନ: ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ( Earthquake Hits in Uttarakhand) । ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି ।ଉତ୍ତରାଖଣ୍ଡ ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଛି । ଆଜି(ସୋମବାର) ସକାଳ ୮.୩୩ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.5, Occurred on 06-11-2022, 08:33:03 IST, Lat: 30.67 & Long: 78.60, Depth: 5 Km ,Location: 17km ESE of Uttarkashi, Uttarakhand, India for more information Download the BhooKamp App https://t.co/yKe188oYKK@Indiametdept @ndmaindia pic.twitter.com/fVmaobLVlM
— National Center for Seismology (@NCS_Earthquake) November 6, 2022 " class="align-text-top noRightClick twitterSection" data="
">Earthquake of Magnitude:4.5, Occurred on 06-11-2022, 08:33:03 IST, Lat: 30.67 & Long: 78.60, Depth: 5 Km ,Location: 17km ESE of Uttarkashi, Uttarakhand, India for more information Download the BhooKamp App https://t.co/yKe188oYKK@Indiametdept @ndmaindia pic.twitter.com/fVmaobLVlM
— National Center for Seismology (@NCS_Earthquake) November 6, 2022Earthquake of Magnitude:4.5, Occurred on 06-11-2022, 08:33:03 IST, Lat: 30.67 & Long: 78.60, Depth: 5 Km ,Location: 17km ESE of Uttarkashi, Uttarakhand, India for more information Download the BhooKamp App https://t.co/yKe188oYKK@Indiametdept @ndmaindia pic.twitter.com/fVmaobLVlM
— National Center for Seismology (@NCS_Earthquake) November 6, 2022
ଏହା ମଧ୍ୟ ପଢନ୍ତୁ: ପଞ୍ଚୁକର ତୃତୀୟ ଦିନ: ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ସୂଚନାଅନୁସାରେ, ଉତ୍ତରକାଶୀର ପୂର୍ବ ଦକ୍ଷିଣପୂର୍ବରୁ ୧୭ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଛି ।ସେହିପରି ଅକ୍ଷାଂଶ ୩୦.୬୭ ହୋଇଥିବାବେଳେ ଦ୍ରାଘିମା ୭୮.୬୦ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
ଏହା ମଧ୍ୟ ପଢନ୍ତୁ: Syed Mushtaq Ali Trophy: ପ୍ରଥମ ଥର ଟ୍ରଫି ଜିତିଲା ମୁମ୍ବାଇ
ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ରାତ୍ରରେ ଆଫଗାନିସ୍ଥାନରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୫୫ କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୫.୮୯ ହୋଇଥିବାବେଳେ ଦ୍ରାଘିମା ୭୦.୬୦ ରହିଛି ।