ETV Bharat / bharat

ବଡ ଧରଣର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, 6.1 ତୀବ୍ରତା ରେକର୍ଡ

author img

By

Published : Sep 24, 2022, 7:53 AM IST

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା କାମ୍ପବେଲ ବେ'ରେ (Campbell Bay) ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ବଡ ଧରଣର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ,  6.1 ତୀବ୍ରତା ରେକର୍ଡ
ବଡ ଧରଣର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, 6.1 ତୀବ୍ରତା ରେକର୍ଡ

ପୋର୍ଟ ବ୍ଲେୟାର: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island)। ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 2ଟା23ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: Earthquake: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର, 4.4 ତୀବ୍ରତା ରେକର୍ଡ

ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island) କାମ୍ପବେଲ ବେର(Campbell Bay) ଦକ୍ଷିଣ ଦକ୍ଷିଣପୂର୍ବରୁ 431 କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି ।

ଏହାର ଗଭୀରତା 75 କିଲୋମିଟର ଆକଳନ କରାଯାଇଛି । ଏହାର ଅକ୍ଷାଂଶ 3.71 ରହିଥିବାବେଳେ ଦ୍ରାଘିମା 95.96ର ରହିଥିଲା। ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ମେ 8 ତାରିଖ ରାତିରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island) କାମ୍ପବେଲ ବେରେ ଭୂକମ୍ପ ହୋଇଥିଲା । ବିଳମ୍ବିତ ରାତି ପ୍ରାୟ 1ଟା 11 ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ।

ଏହା ଦ୍ବୀପପୁଞ୍ଜର ଏନଏନଇ କାମ୍ପବେଲ ବେ (NNE of Campbell Bay) ଠାରୁ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.