ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, 4.3 ତୀବ୍ରତା ରେକର୍ଡ

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା(Earthquake Hits Andaman and Nicobar island) । ଅଧିକ ପଢନ୍ତୁ

author img

By

Published : Nov 10, 2022, 7:36 AM IST

Updated : Nov 10, 2022, 8:01 AM IST

ଭୂକମ୍ପ
ଭୂକମ୍ପ

ପୋର୍ଟ ବ୍ଲେୟାର: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island)। ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ କରାଯାଇଛି । ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୯ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: President Odisha Visit: BMC ଅଞ୍ଚଳରେ ଆଗୁଆ ସରକାରୀ ଅଫିସ୍, ସ୍କୁଲ ଛୁଟି

ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island) ପୋର୍ଟବ୍ଲେୟାରର ଦକ୍ଷିଣ ଦକ୍ଷିଣପୂର୍ବରୁ ୨୫୩ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି ।ଏହାର ଗଭୀରତା ୧୦ କିଲୋମିଟର ଆକଳନ କରାଯାଇଛି । ଏହାର ଅକ୍ଷାଂଶ 9.45 ରହିଥିବାବେଳେ ଦ୍ରାଘିମା 93.44ର ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ବଡ ଧରଣର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, 6.1 ତୀବ୍ରତା ରେକର୍ଡ

ଏହା ପୂର୍ବରୁ ସେପ୍ଟେମ୍ବର ୨୩ ତାରଖରେ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ। ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ କରାଯାଇଥିଲା । ବିଳମ୍ବିତ ରାତି ପ୍ରାୟ 2ଟା23ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ।

Last Updated : Nov 10, 2022, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.