ETV Bharat / bharat

5.2 ତୀବ୍ରତା ସହ ଭୂକମ୍ପରେ ଥରିଲା ମେଘାଳୟ, ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ପ୍ରଭାବ ଅନୁଭୂତ - ଭୂକମ୍ପରେ ଥରିଲା ମେଘାଳୟ

ମେଘାଳୟ ସମେତ ଉତ୍ତର-ପୂର୍ବ ଭାରତରେ ଭୂକମ୍ପର ଝଟକା । ମେଘାଳୟର ରସୁବେଲପାରା ଜିଲ୍ଲା ହିଁ କମ୍ପନର କେନ୍ଦ୍ରସ୍ଥଳ । ରିକ୍ଟର ସ୍କେଲରେ ତୀବ୍ରତା 5.2 ମ୍ୟାଗ୍ନିଚ୍ୟୁଡ ରେକର୍ଡ । ଅଧିକ ପଢନ୍ତୁ

5.2 ତୀବ୍ରତା ସହ ଭୂକମ୍ପରେ ଥରିଲା ମେଘାଳୟ, ଆସାମରେ ମଧ୍ୟ ପ୍ରଭାବ ଅନୁଭୂତ

author img

By ETV Bharat Odisha Team

Published : Oct 2, 2023, 8:27 PM IST

ସିଲଂ: ମେଘାଳୟ ସମେତ ଅନ୍ୟ କିଛି ଉତ୍ତର-ପୂର୍ବ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ସହ କମ୍ପନ ଅନୁଭୂତ ହୋଇଥିବା ବେଳେ ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ ଭୂକମ୍ପର ଝଟକା ଲାଗିଛି । ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି । ମେଘାଳୟର ରସୁବେଲପାରା ଜିଲ୍ଲା ମୁଖ୍ୟାଳୟର 3 କି.ମି ଦୂରରେ ଥିବା ନର୍ଥ-ଗାରୋ ହିଲ ଷ୍ଟେସନ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା ନେଇ ପ୍ରଥମିକ ଭାବେ ଆକଳନ କରାଯାଇଛି । କୌଣସି କ୍ଷୟକ୍ଷତିର ସୂଚନା ନଥିବା କାରଣରୁ କୌଣସି ପରବର୍ତ୍ତୀ ସତର୍କ ସୂଚନା ମଧ୍ୟ ଜାରି କରାଯାଇନାହିଁ ।

ମିଳିଥିବା ସୂଚନା ଅନୁସାରେ, ଆଜି (ସୋମବାର) ସଂଧ୍ୟା ପ୍ରାୟ 6.15 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଥିଲା । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ଅନୁଭବ ହୋଇଥିଲା । ପଡୋଶୀ ଆସାମ ଓ ଉତ୍ତର-ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଏହାର ଆଶିଂକ ପ୍ରଭାବ ଅନୁଭୂତ ହୋଇଛି । ତେବେ ମେଘାଳୟର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପରି କୌଣସି ବଡଧରଣର କ୍ଷୟକ୍ଷତି ହୋଇନାହିଁ । କୌଣସି ସ୍ଥାନରେ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇନାହିଁ । ନର୍ଥ-ଗାରୋ ହିଲ ଷ୍ଟେସନ ଅଞ୍ଚଳରେ ପ୍ରାୟ 10 କି.ମି ଗଭୀରରେ ଏହାର ଉତ୍ପତିସ୍ଥଳ ଭାବେ ଚିହ୍ନଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- Bihar Caste Survey Report: ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ

ଉତ୍ତର-ପୂର୍ବର ଏହି ପାହାଡି କ୍ଷେତ୍ର ହିମାଳୟନ ପାର୍ବତ୍ୟାଞ୍ଚଳ କ୍ଷେତ୍ରରେ ଆସୁଥିବା କାରୁଣରୁ ଏଥିରେ ଅନେକ ସମୟରେ ଭୂକମ୍ପ ଅନୁଭୂତ ହେବା ସହ ନିୟମିତ ଭୂସ୍ଖଳନ ମଧ୍ୟ ହୋଇଥାଏ । ତେବେ ନିକଟ ଅତୀତରେ ସେପରି କୌଣସି ବଡ ଧରଣର ଭୂକମ୍ପ ଉତ୍ତର-ପୂର୍ବ ଭାରତରେ ଅନୁଭୂତ ହୋଇନାହିଁ । ଗତବର୍ଷ ତୁର୍କୀ ଓ ସିରିଆରେ ଘଟିଥିବା ଭୂକମ୍ପ ବିଶ୍ବର ସର୍ବାଧିକ ଶକ୍ତିଶାଳୀ ଭୂକମ୍ପ ମଧ୍ୟରୁ ଅନ୍ୟତମ ଥିଲା । ଏହାର ତୀବ୍ରତା ପ୍ରାୟ 8 ମ୍ୟାଗ୍ନିଚ୍ୟୁଡ ଥିଲା । ଏଥିରେ ଉଭୟ ଦେଶରେ ପ୍ରାୟ 60 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ମାସେବ୍ୟାପୀ ଉଦ୍ଧାର କାର୍ଯ୍ୟରେ ଜାତିସଂଘ ସମେତ ଅନେକ ଦେଶ ସାମିଲ ହୋଇଥିଲା । ତୁର୍କୀକୁ ଭାରତ ମଧ୍ୟ ‘ଅପରେସନ ଦୋସ୍ତ’ ମାଧ୍ୟମରେ ଏନଡିଆରଏଫ ଟିମ ପଠାଇଥିଲା । ଏପରି ବିପର୍ଯ୍ୟୟ ସମୟରେ ତୁର୍କୀ ମାଟିରେ ପହଞ୍ଚିଥିବା ପ୍ରଥମ ବିଦେଶୀ ଉଦ୍ଧାରକାରୀ ଟିମ ଭାରତ ପକ୍ଷରୁ ହିଁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.